STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ତୁମେ ଅଟ ସତ୍ୟ

ତୁମେ ଅଟ ସତ୍ୟ

1 min
12


ତୁମେ ଅଟ ସତ୍ୟ ତୁମେ ହିଁ ସୁନ୍ଦର

      ତୁମେ ପରା ସ୍ଵୟଂ ଶିବ

ତୁମ ବିହୁନରେ  ଜୀବନ ବଞ୍ଚେନା

      ତୁମ ପରି ତୁମେ ହେବ।

ବିଶାଳ ଧରିତ୍ରୀ  ସୁନୀଳ ଗଗନ

      ଚନ୍ଦ୍ର ସୂର୍ଯ୍ୟ ଗ୍ରହ ତାରା

କେ କଳି ପାରିବ ତୁମରି ସୃଷ୍ଟିକୁ

      ତୁମ ହିଁ ସେସବୁ ଧାରା।

ବିଶ୍ୱାସରେ ଆସ  ପ୍ରତିଟି କ୍ଷେତ୍ରରେ

      ପରଖୁଛ ପ୍ରତି କ୍ଷଣ

ତୁମେ ଯେ ଅତୀତ ତୁମେ ବର୍ତ୍ତମାନ

      ଭବିଷ୍ୟତ ର କାରଣ।

ତୁମେ ରହିଅଛ  ଇନ୍ଦ୍ରିୟ ଭୋଗରେ

      ଲେପି ମାୟାର ଅଞ୍ଜନ

ସେ ମାୟାକୁ କେହି  କାଟି ପାରନ୍ତିନି

      ଦେଖୁଛ ଚକାନୟନ।

ସରଳ ଯେତିକି ଜଟିଳ ସେତିକି

      ବିଶ୍ୱାସରେ ଆସ ନିତି

ତୁମ ସୃଷ୍ଟି ତୁମେ  ସ୍ଵୟଂ ପାଳୁଅଛ

     ବିତି ଯାଏ ଦିବା ରାତି।

ତୁମ ଠାରେ ମୋର ବିଶ୍ୱାସ ରହିବ

     ଯାବତ ଜୀବନ ନାଥ

ଘେନିବ ମୋହର ଏତିକି ପ୍ରାର୍ଥନା

     ବିଶ୍ୱପିତା ଜଗନ୍ନାଥ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action