STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

ଚିଠି ବାସୁଛି ତୁଳସୀ ତୁଳସୀ

ଚିଠି ବାସୁଛି ତୁଳସୀ ତୁଳସୀ

1 min
64


ସପନେ ମୋର ଶ୍ରୀକ୍ଷେତ୍ରରୁ ବାର୍ତ୍ତା ଆସିଛି 

ଭକ୍ତି ପ୍ରେମ ରସେ ସେ ଚିଠି ବାସୁଛି 

ତୁଳସୀ ତୁଳସୀ

ଦେଖୁଛି ଆଗେ ମୋ କାଳିଆ ବସି ହସୁଛି 

ଦିବ୍ୟଜ୍ୟୋତି ଝଲସେ ମନ ନାଚୁଛି 

ଲାଗେ ଭାରି ଖୁସି

ଚିଠି ବାସୁଛି ତୁଳସୀ ତୁଳସୀ

ଚିଠି ବାସୁଛି ତୁଳସୀ ତୁଳସୀ।


କାଳିଆ ରାଜା ମୋର ମୋତେ ଲେଖି ଦେଇଛି 

କରୁଣାର ଆଶିଷ ସୁଧା ଝରୁଛି 

ପଡ଼ୁଛି ବରଷି

ମୋ ମନର କଥା ବୁଝି ସେ ସବୁ ଲେଖିଛି 

ତା' ବାଙ୍କ ଚାହାଁଣିରେ ଚାହିଁ ରହିଛି 

ଓଠେ ମୃଦୁ ହସି

ମୋ ବିଶ୍ଵାସରେ ଦିଏ ଦୁଃଖ ନାଶି

ଚିଠି ବାସୁଛି ତୁଳସୀ ତୁଳସୀ।


ଲେଖିଛି ସେ ମୁଁ ମନଊଣା କାହିଁ କରୁଛି 

ମୋ ଆଗରେ ପଛରେ ସିଏ ତ ଅଛି 

ଦିଏ ହସ ଖୁସି

ବିପଦେ ମୋର ସାହା ହୁଏ ଯେବେ ମାଗିଛି 

ମୋ ଲାଗି କୃପା ତାର ସଦା ରହିଛି 

ମିଛରେ ମୁଁ ରୁଷି

ମାୟା ମୋହରେ ରହିଛି ଯେ ଫସି

ଚିଠି ବାସୁଛି ତୁଳସୀ ତୁଳସୀ।


ଜୀବନ ମୋର ତା' ଦାୟିତ୍ଵେ ପରା ରହିଛି 

ଜଗତକୁ ସେ ହାତେ ଧରି ରଖିଛି 

ସିଏ ଅବିନାଶୀ

କରମ ନେଇ ଫଳ ସବୁ ସିଏ ଦେଉଛି 

ଅଯଥା ମୁଁ ଭାଗ୍ୟକୁ ନିନ୍ଦା କରୁଛି 

ହୋଇ ଅବିଶ୍ଵାସୀ

ଜ୍ଞାନର ଆଲୋକ ଦିଏ ପ୍ରକାଶି

ଚିଠି ବାସୁଛି ତୁଳସୀ ତୁଳସୀ।


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract