Bijoy Jena

Action Classics Inspirational

4  

Bijoy Jena

Action Classics Inspirational

କପାଳ ଲିଖନ

କପାଳ ଲିଖନ

1 min
3



କପାଳ ଲିଖନ  ମାନିବାକୁ ହେବ

     ବିଧିର ବିଧାନ ଯାହା

ନିଜର ଯେତିକି  ସାମର୍ଥ୍ୟ ରହିଛି

     ଚଳିବା ତ ଆମ ରାହା।

ଯାହାକୁ ଯେମିତି ଗଢିଛି ଦଇବ

       ସେତିକି ହିଁ ଆମ ପ୍ରାପ୍ୟ

ଅଧିକା ଅଧିକା  ମନ ବଳାଇଲେ

      ସେ ସବୁ ହେବ ଦୁଷ୍ପ୍ରାପ୍ୟ।

ଉତ୍କୋଚ ଦେଇକି ଗଢି ହେବ ନାହିଁ

       କାହା ଭାଗ୍ୟ କଦାଚନ 

କର୍ମର ପଥରେ  ମିଳିବ ପ୍ରେରଣା

      କାଳିଆ ସାଆନ୍ତ ଦାନ।

କର୍ମ ବଦଳାଏ  ନିଜର ଭାଗ୍ୟକୁ

      ବିଶ୍ୱାସେ ମିଳନ୍ତି ହରି

ନିଜ ପ୍ରତି ସଦା ଭରସା ରଖିଲେ

       ପଙ୍ଗୁ ଲଂଘିଥାଏ ଗିରି।

ଅଳିକ ସପନ  ଅଳିକ କଳ୍ପନା

     ଦେଇ ତ ନଥାଏ କିଛି

ସତ କର୍ମ ଫଳ  କେତେ ଯେ ମହାନ

     ପ୍ରଭୁ ଦେଇଥାନ୍ତି ବାଛି।



Rate this content
Log in

Similar oriya poem from Action