STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

କପାଳ ଲିଖନ

କପାଳ ଲିଖନ

1 min
17


କପାଳ ଲିଖନ  ମାନିବାକୁ ହେବ

     ବିଧିର ବିଧାନ ଯାହା

ନିଜର ଯେତିକି  ସାମର୍ଥ୍ୟ ରହିଛି

     ଚଳିବା ତ ଆମ ରାହା।

ଯାହାକୁ ଯେମିତି ଗଢିଛି ଦଇବ

       ସେତିକି ହିଁ ଆମ ପ୍ରାପ୍ୟ

ଅଧିକା ଅଧିକା  ମନ ବଳାଇଲେ

      ସେ ସବୁ ହେବ ଦୁଷ୍ପ୍ରାପ୍ୟ।

ଉତ୍କୋଚ ଦେଇକି ଗଢି ହେବ ନାହିଁ

       କାହା ଭାଗ୍ୟ କଦାଚନ 

କର୍ମର ପଥରେ  ମିଳିବ ପ୍ରେରଣା

      କାଳିଆ ସାଆନ୍ତ ଦାନ।

କର୍ମ ବଦଳାଏ  ନିଜର ଭାଗ୍ୟକୁ

      ବିଶ୍ୱାସେ ମିଳନ୍ତି ହରି

ନିଜ ପ୍ରତି ସଦା ଭରସା ରଖିଲେ

       ପଙ୍ଗୁ ଲଂଘିଥାଏ ଗିରି।

ଅଳିକ ସପନ  ଅଳିକ କଳ୍ପନା

     ଦେଇ ତ ନଥାଏ କିଛି

ସତ କର୍ମ ଫଳ  କେତେ ଯେ ମହାନ

     ପ୍ରଭୁ ଦେଇଥାନ୍ତି ବାଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action