STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ଧାଡ଼ି ଶେଷରେ ଠିଆ ହୋଇଥିବା ମଣିଷ

ଧାଡ଼ି ଶେଷରେ ଠିଆ ହୋଇଥିବା ମଣିଷ

1 min
9


ଖାଦ୍ୟ ହେଉ ଅବା ସାମଗ୍ରୀ 

ଦାନ, ଉପାଦାନ ଅବା ସ୍ନେହ, ଆଦର

ଆବଶ୍ୟକତାର ସେ ଅସ୍ଥିର ଧାଡ଼ିରେ

ଗୋଟିଏ ପରେ ଗୋଟିଏ ଯୋଡ଼ି ହେଉଥାନ୍ତି ଲୋକ 

ଧାଡ଼ିର ଦୈର୍ଘ୍ୟ ଲମ୍ବି ଚାଲିଥାଏ ପଛକୁ ପଛକୁ,

ଧାଡ଼ି ଯେତେ ବଡ଼ ହେଉଥାଏ

ସେ ମଣିଷଟିର ପାଦ ସେତେ ଘୁଞ୍ଚୁଥାଏ,


ତା' ମନରେ ଭାବ - ଲୋକେ ଆଗରେ ରୁହନ୍ତୁ 

ଆଗରେ ପାଆନ୍ତୁ ସୁବିଧା ସୁଯୋଗ

ଅନ୍ୟମାନଙ୍କ ମନରେ ସୁଖ ହେଉ ଯୋଗ

ନହେଉ କେହି ବିରକ୍ତ ଦୁଃଖ ସବୁ ହେଉ ବିଯୋଗ

ଶ୍ରଦ୍ଧା, ସ୍ନେହ, ସମ୍ମାନ ଅନ୍ୟମାନେ ପ୍ରଥମେ ନିଅନ୍ତୁ

ସେ ପଛରେ ରହେ ପଛରେ ଥାଏ ପଛେ ପାଏ,


ଧାଡ଼ିର ଶେଷରେ ହୋଇଥାଏ ଛିଡ଼ା 

ନା ତା'ର ମନରେ ଦୁଃଖ ନା ଅଭିମାନ

ବରଂ ସେ ଅତ୍ୟନ୍ତ ଉଲ୍ଲସିତ ଅନୁଭବ କରେ

ସେ ଚାହେଁ ସମସ୍ତେ ବସିଲା ପରେ ସେ ବସିବ

ସେ ଚାହେଁ ସମସ୍ତେ ଖାଇଲା ପରେ ସେ ଖାଇବ

ସେ ଚାହେଁ ସମସ୍ତେ ଶାନ୍ତିରେ ଶୋଇଲେ ସେ ଶୋଇବ

ସେ ପ୍ରଥମେ ଅନ୍ୟର ହସ ଚାହେଁ ସୁଖ ଚାହେଁ 

ସେ ଧାଡ଼ିର ସର୍ବଦା ଶେଷରେ ରହେ ଶେଷରେ ଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract