ହେ ମଙ୍ଗଳମୟ ଈଶ୍ଵର
ହେ ମଙ୍ଗଳମୟ ଈଶ୍ଵର
ହେ ମଙ୍ଗଳମୟ ଈଶ୍ବର
ତୁମେ ବ୍ରହ୍ମାଣ୍ଡର ଠାକୁର,
ଚଉଦ ଭୁବନର ସୃଷ୍ଟି କରତା
ସକଳ ଜୀବଙ୍କର ଭାଗ୍ୟ ବିଧାତା,
ତୁମେ ତ ଦୟାର ସାଗର
କର ହେ ଉଚିତ ବିଚାର।୦।
ତୁମରି ଆଜ୍ଞାରେ ସଂସାର
ଚାଲୁଅଛି ଯେ ନିରନ୍ତର,
ହୁଏ ଯା' ହେବ ଯା' ତୁମରି ଇଚ୍ଛାରେ
ଅଛ ତୁମେ ତ ପ୍ରାଣୀର ମଙ୍ଗଳରେ,
ତୁମେ ହିଁ ତ କରୁଣାକର
ସଂକଟେ ଜଗତ ଉଦ୍ଧାର।୧।
ସବୁ କ୍ଷର ତୁମେ ଅକ୍ଷର
ତୁମର ମହିମା ଅପାର,
ଥାଉ ଭାବ ଭକ୍ତି ମୋର
ତୁମଠାରେ ନିରନ୍ତର।
ସୁପଥ ଦେଖାଅ ରହି ଅନ୍ତରରେ,
ଶରଣେ ରଖ ତୁମର
ଦୁଃଖରୁ ପାଏ ନିସ୍ତାର।୨।
ଅଜ୍ଞାନତା ଦୂର କର
ନ ରହୁ ମୋହ ମନେ ମୋର,
ନ ପଡ଼େ ମୁଁ ଲୋଭ ମିଛର ମାୟାରେ
ରଖିଥାଅ ପ୍ରଭୁ ସତ୍ୟର ପଥରେ,
ତୁମେ ନାଥ ହେ ଅନାଥର
ତୁମ ପାଦେ କରେ ଜୁହାର।୩।
