STORYMIRROR

Bharatabandhu Biswal

Action Inspirational Others

4  

Bharatabandhu Biswal

Action Inspirational Others

ସମୟ ଦିଏ ଆହ୍ୱାନ

ସମୟ ଦିଏ ଆହ୍ୱାନ

1 min
15


ଜଳୁଛି ଭାରତ ଚର୍ତୁପାର୍ଶ୍ବେ ନିଆଁ

ସମୟ ବିପଜ୍ଜନକ 

ହୁଅନ୍ତୁ ସତର୍କ ହେ ବୀର ସୈନିକ

ଜନଗଣ ନାଗରିକ ।

ଜଗିଅଛି ଶ୍ବାନ ଶତ୍ରୁ ପାକିସ୍ତାନ 

ଜଳୁଛି ବାଙ୍ଗଲାଦେଶ 

ଶ୍ରୀଲଙ୍କା ନେପାଳ ପାଖ ପଡୋଶୀରେ 

ଟେକୁଛି ମୁଣ୍ଡ ସନ୍ତ୍ରାସ ।

ଗୃଧ୍ର ବ୍ଯାଧ ଚକ୍ଷୁ ରଚେ ଷଡଯନ୍ତ୍ର 

କରୋନାର ଆଢୁଆଳେ 

ଭାରତ ସମେତ ବିଶ୍ବବାସୀ ତ୍ରସ୍ତ 

ଜୀବନ ଜୀବିକା ହାରେ ।

ବାଣ୍ଟୁଛି ଚାଇନା ରୋଗ ମହାମାରୀ

ସଂକ୍ରାମକ ମାରାତ୍ମକ 

ଥରେ ମଧ୍ଯ ପ୍ରାଚ୍ଯ ରୁଷିଆ ୟୁକ୍ରେନ

ଯୁଦ୍ଧ ବ୍ଯାପେ ଭୟାନକ ।

ହେଉଛି ଅଶାନ୍ତ ଆକାଶ ପୃଥିବୀ

କମ୍ପୁଛି ମହାସାଗର 

ପ୍ରକୃତି ବିତ୍ପାତେ ଧରା ଧସିଯାଏ

ତରଳେ ମେରୁମଣ୍ଡଳ ।

ଚାଲୁଛି ଭୀଷଣ ଜୀବନ ସଂଗ୍ରାମ 

ପରିବେଶ ପ୍ରଦୂଷିତ 

ବିଷ ବଳୟରେ ସନ୍ତ୍ରସ୍ତ ମଣିଷ

ଦୁଃଖ ଅବସାଦ ଗ୍ରସ୍ତ ।

ଚାଲେ ଅବ୍ଯାପାର ବଢେ ଅବିଶ୍ବାସ 

ଅଯଥା ପ୍ରତିଯୋଗିତା

ସଙ୍କଟରେ ଧର୍ମ ନୀତି ସୁସଂସ୍କାର 

ଦିଗହରା ମାନବତା ।

ଆମରି ଭିତରେ କେତେ ଘର ଢିଙ୍କି

ଅଛନ୍ତି ଶତ୍ରୁ କୁମ୍ଭୀର

ନ ଚିହ୍ନିଲେ ବିଷ କୁମ୍ଭ ପୟ ମୁଖ

ସ୍ଥିତି ହେବ ଅସମ୍ଭାଳ ।

ହୋଇ ଐକ୍ଯବଦ୍ଧ ଲଢିବାକୁ ହେବ

ସମୟ ଦିଏ ଆହ୍ୱାନ 

ନହେଲେ ସଚେତ ହଜିବ ଅସ୍ତିତ୍ବ 

ସାଧୁ ହୁଅ ସାବଧାନ ।

   



Rate this content
Log in

Similar oriya poem from Action