STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

ଆଲୋକ ଶିଖାର ତୁମେ ତ ଇଙ୍ଗିତ

ଆଲୋକ ଶିଖାର ତୁମେ ତ ଇଙ୍ଗିତ

1 min
22


ହେ ପରମ ଗୁରୁ ଅନାଦି ଅଚ୍ୟୁତ 

       ଚରଣେ ତୁମର ହୁଏ ପ୍ରଣିପାତ ଯେ,

ଆଲୋକ ଶିଖାର ତୁମେ ତ ଇଙ୍ଗିତ 

     ଦେଖାଇ ସୁପଥ ଚଳାଅ ଜଗତ ଯେ।୧।


ତୁମେ ପରମାତ୍ମା ଘଟେ ଘଟେ ଆତ୍ମା 

      ବର୍ଣ୍ଣିଲେ ସରେନା ତୁମରି ମହିମା ଯେ,

ସୂକ୍ଷ୍ମ ଚେତନାର ତୁମେ ହିଁ ମଣିମା 

   ପ୍ରାଣୀ ହିତେ କର ବିଶ୍ଵ ପରିକ୍ରମା ଯେ।୨।


ମାନବ ଜୀବନ ତୁମ ଅବଦାନ 

      ତାର ଠାରୁ ନାହିଁ ବଡ଼ କିଛି ଆନ ଯେ,

ପ୍ରାଣେ ପ୍ରଭଞ୍ଜନ ହୃଦେ ନିରଞ୍ଜନ 

   କଲ୍ୟାଣ କରି ସକଳେ ଦିଅ ଜ୍ଞାନ ଯେ।୩।


ସଂସାରରେ ଗୁରୁ ରୂପେ ହୁଅ ଉଭା

   ମାନବ ଶରୀରେ ବଢ଼ାଅ ତା' ଶୋଭା ଯେ,

କୋଟି ସୂର୍ଯ୍ୟ ସମ ତୁମର ସେ ପ୍ରଭା 

ତୁମେ ଦିବ୍ୟଜ୍ୟୋତିର ଅସୀମ ଆଭା ଯେ।୪।


କରୁଣାର ସିନ୍ଧୁ ହେ ପରମ ଗୁରୁ 

     ଭବେ ତୁମେ କଳ୍ପନାର କଳ୍ପତରୁ ଯେ,

ଆଲୋକର ଉତ୍ସ ଆସେ ତୁମ ଠାରୁ 

   ଅଜ୍ଞାନ ଲଭେ ଜ୍ଞାନ ତୁମ କୃପାରୁ ଯେ।୫।


ପ୍ରତି ମୁହୂର୍ତ୍ତରେ ଦେଉଛ ସଂକେତ 

    ଆଲୋକ ଶିଖାର ତୁମେ ତ ଇଙ୍ଗିତ ଯେ,

ଗୁରୁ ବିନା ଶିଷ୍ୟ ମୂର୍ଖ ଅରକ୍ଷିତ 

    ପାଏନା ସୁଯୋଗ ହୁଅଇ ବଞ୍ଚିତ ଯେ।୬।


ତୁମ ଆଶୀର୍ବାଦ ଦୂରାଏ ବିଷାଦ 

    ହୃଦେ ଭରି ରହେ ସୁଖ ଶ୍ରୀ ଆନନ୍ଦ ଯେ,

ବିଶ୍ବ ବ୍ରହ୍ମାଣ୍ଡେ ତୁମେ ପରମାନନ୍ଦ 

    ତୁମଠାରେ ଥିବି ଚିର ବଶମ୍ଵଦ ଯେ।୭।


ଚରଣେ ତୁମର କରୁଛି ପ୍ରଣାମ 

      ଦୂର କର ହୃଦୁଁ ଅଜ୍ଞାନତା ଭ୍ରମ ଯେ,

ଦିଅ ଜ୍ଞାନଶକ୍ତି କରିବାକୁ କର୍ମ 

    ପାଳିବି ଜଗତେ ମାନବର ଧର୍ମ ଯେ।୮।


     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract