STORYMIRROR

Kabiratna Nutan Kumar Behera

Romance Action Classics

4  

Kabiratna Nutan Kumar Behera

Romance Action Classics

ପ୍ରିୟତମ

ପ୍ରିୟତମ

1 min
12

   


ତୁମ ପ୍ରେମର ପବିତ୍ର ପୀୟୂଷ ଦାନ କରି 

     ମଧୁର ବନ୍ଧନେ ବାନ୍ଧିଛ ମୋ ଜୀବନ ତରୀ 

ପ୍ରିୟରୁ ହୋଇଛ ତୁମେ ମୋର ପ୍ରିୟତମ 

       ସୁଖ ଶାନ୍ତି ତୃପ୍ତି ଦିଅ ମୋତେ ଅନୁପମ 

ଅଦୃଶ୍ୟ ଭାବନାରେ ଥିଲା ଯା' ଭାବାନ୍ତର 

   ମୋର ସେ ଆଶା ସ୍ବପ୍ନକୁ କଲ ତୁମେ ସାକାର 

ସ୍ଵାମୀ ରୂପେ ପାଇ ତୁମକୁ ହୋଇଛି ଧନ୍ୟା 

       ତୁମ ପାଇଁ ମୁଁ ହୋଇଛି ସ୍ଵୟଂ ସଂପୂର୍ଣ୍ଣା 

ଥିଲା ଯେତେ ମୋ ମନ ଗହନରେ କଳ୍ପନା 

     ସତ କଲ ତୁମେ ପୂର୍ଣ୍ଣହେଲା ମନସ୍କାମନା 

ତୁମେ ମୋ ଆଖିର ଅଞ୍ଜନ କର ମନୋଞ୍ଜନ 

      କଲେ ମାନ ଅଭିମାନ କର ମାନ ଭଞ୍ଜନ

ମୋ ଜୀବନ ରଥର ତୁମେ ଗୋ ସାରଥି 

     ତୁମ ପାଇଁ ପାଳେ ବାର ବ୍ରତର ପୁଣ୍ୟ ତିଥି 

ତୁମେ ଶାନ୍ତ ନମ୍ର ଭଦ୍ର ସରଳ ଉଦାର 

     ମନ ତୁମର ସ୍ବଚ୍ଛ ସୁନ୍ଦର ନିର୍ମଳ ନିର୍ବିକାର 

ତୁମେ ଯଶସ୍ଵୀ ସାଧୁ ସଚ୍ଚୋଟ ସୁପୁରୁଷ 

      ମୋ ହୃଦୟରୁ ଘୁଞ୍ଚାଇ ଦିଅ ଦୁଃଖ କ୍ଳେଶ 

ତୁମ ସାନିଧ୍ୟରେ ତୁମକୁ କରିଛି ମୋ ଆରାଧ୍ୟ 

      ନାରୀ ଧର୍ମ ନିଭାଇବା ହୁଏ ସହଜ ସାଧ୍ୟ 

ହୃଦୟ ମନ୍ଦିରରେ ରଖି ତୁମକୁ କରେ ପୂଜା 

      ତୁମ ଲାଗି ମାତୃତ୍ୱର ଉଡ଼େ ସୁନାମ ଧ୍ଵଜା 

ମୋତେ ରାଣୀ କରି ହୋଇଛ ତୁମେ ରାଜା 

     ସୁଗମ ରହୁ ଚଲାପଥ ନ ହେଉଁ ଦିଗହଜା 

ଘର ସଂସାର ସଜାଡ଼ିବାକୁ ଦିଅ ସୁଯୋଗ 

   ସୁଖ ଆସୁ ଝରୁ ଲହୁ ପାଏ ମୁଁ ତୁମ ଅନୁରାଗ 

ମୋ ଅଧରରେ ଭରି ଦିଅ ତୁମେ ମଧୁର ହସ 

     ହୃଦୟଭରା ଭଲ ପାଇବାର ପାଏ ସୁବାସ  

ମୋ ଇଚ୍ଛାକୁ ଦେଇ ସମ୍ମାନ କର ପୂରଣ 

      ମାର୍ଜିତ ରୁରିପୂର୍ଣ୍ଣ ତୁମ ଆଚରଣ ଉଚ୍ଚାରଣ 

କେଉଁ ଜନ୍ମର ପ୍ରାରବ୍ଧରେ ହୋଇଛି ତୁମ ସ୍ତ୍ରୀ 

    ତୁମ ପାଇଁ ସୌଭାଗ୍ୟବତୀ ବଢ଼େ ମୋ ଶିରୀ 

ଶୁଭ ମନାସି କରେ ମହାପ୍ରଭୁଙ୍କୁ ମୁଁ ପ୍ରାର୍ଥନା 

    ଅଇସୁଲକ୍ଷଣୀ ହେବାକୁ କରେ ପୂଜା ଅର୍ଚ୍ଚନା 

ହେ ମୋର ପ୍ରିୟତମ ତୁମେ ରୁହ ସଦା ଉତ୍ତମ 

    ମନ ପ୍ରାଣ ହୃଦୟେ ପାଳୁଥାଅ ନ୍ୟାୟ ଧରମ 

ରୁହ ସଦା ସୁସ୍ଥ ସବଳ ନିରୋଗ ନିରାମୟ 

    ଆମ ସୁନାର ଘର ସଂସାର ହେଉ ମଧୁମୟ 

ପ୍ରତି ଜନ୍ମରେ ତୁମେ ହେବ ମୋ ସ୍ଵାମୀଦେବ 

    ତୁମକୁ ପାଇଲେ ପାଇବି ସବୁ ପାର୍ଥିବ ବିଭବ 

ତୁମ ପାଇଁ ଉତ୍ସର୍ଗୀକୃତ ମୁଁ ଜନମ ଜନମ 

     ମୁଁ ତୁମର ପ୍ରିୟତମା ତୁମେ ମୋ ପ୍ରିୟତମ।


     



Rate this content
Log in

Similar oriya poem from Romance