STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

କି ଯୁଗ ହେଲା ସବୁତ ବଦଳି ଗଲା

କି ଯୁଗ ହେଲା ସବୁତ ବଦଳି ଗଲା

1 min
13


କି ଯୁଗ ହେଲା ରେ  ଭାବୁଛି ବସି ମୁଁ

       ସବୁ ତ ବଦଳି ଗଲା

ପୁରୁଣା ଐତିହ୍ୟ  ଯାହା କିଛି ଥିଲା

       କ୍ଷଣକେ ଲୋପ ପାଇଲା।


ଯୌଥ ପରିବାର  ଏକାନ୍ନବର୍ତ୍ତିତା 

       ନାହିଁ ଆଉ ଆଗ ଭଳି

ଗ୍ରାମୀଣ ଭାରତ ସହରାଞ୍ଚାଳରେ 

      ଦେଇଛି ନିଜକୁ ବଳି।


ବୃଦ୍ଧ ବାପା ମାଆ  ରହନ୍ତି ଏକାକୀ

      ପୁଅ ବୋହୂ ବିଦେଶରେ

ପୈତୃକ ସମ୍ପତ୍ତି  ପଡିଆ ପଡ଼ିଛି

      ଦେଖା ଶୁଣା ଅଭାବରେ।


ବୃଦ୍ଧ ପିତା ମାତା ବୃଦ୍ଧାଶ୍ରମେ ରହି

      ଆଖିରୁ ଝରାନ୍ତି ଲୁହ

କେତେ କଷ୍ଟ କରି ପୁତ୍ର ପାଳି ଥିଲେ

      କି ଦଶା ଭୋଗନ୍ତି କୁହ।


ଜଙ୍ଗଲ ସମ୍ପଦ ଉଜୁଡି ଗଲାଣି

      ବରଷା ର ନାହିଁ ଦେଖା

ଅଂଶୁଘାତେ କେତେ ଜୀବନ ହରାନ୍ତି

     ଅବେଳେ ଏହି ପରୀକ୍ଷା।


ମଣିଷ ପଣିଆ ଚୁଲିକି ଗଲାଣି

      ନାରୀ ହୁଏ ନିର୍ଯ୍ୟାତିତ

ଆଇନ କୁ କେହି  ମାନୁତ ନାହାଁନ୍ତି

      ନୈତିକତା ପରାହତ।


ନିଶାର୍ଦ୍ଧରେ କେହି  ଘରକୁ ଫେରିଲେ

      ମହିଳା ହୁଏ ଧର୍ଷଣ

ନାରୀ ସ୍ବାଧିନତା  ଏକ ଧୁଆଁ ବାଣ

     ଆଇନ ଯେ ପ୍ରହସନ।


ପ୍ରତିଦିନ ମୋର  ଆଖିରେ ପଡ଼ଇ

     କେତେ କେତେ ଅଘଟଣ

ସଂସ୍କୃତି ହେଲାଣି  ବିକୃତି ବିବର୍ଣ୍ଣା

      ବୁଝେ ନାହିଁ ଜମା ମନ।


ନୀରବେ ଡାକୁଛି କାଳିଆ ସାଆନ୍ତ

      ତୁମ ସୃଷ୍ଟିକୁ ସମ୍ଭାଳ

ପୁରୁଣା ଐତିହ୍ୟ  ଫେରାଇ ଆଣ ହେ

      ବଦଳାଇ ଦେଇ ବେଳ।

କି ଯୁଗ ହେଲା  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action