STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

କାହାରିକୁ କଷ୍ଟ ନ ଦିଅ ପ୍ରଭୁ

କାହାରିକୁ କଷ୍ଟ ନ ଦିଅ ପ୍ରଭୁ

1 min
13


ଜଗତେ ତୁମେ ପରମ ହେ ବିଭୁ 

       କାହାରିକୁ କଷ୍ଟ ନ ଦିଅ ପ୍ରଭୁ,

ତୁମ ଚରଣରେ ଧ୍ୟାନ ମୋ ଥାଉ 

   ଶତ୍ରୁଠୁ ବଞ୍ଚାଅ ସାଜିଲେ ଦାଉ ସେ,

ତୁମେ ନାଶି ଦିଅ ଅରି ଯେ

   ଦୁଃଖ ଥିଲେ ରହି ତୁମେ କର ତ୍ରାହି 

ତୁମେ ତ ନାଥ ସବୁରି ଯେ।


ତୁମ ବିନା କେ ଅଛି ହେବ ସାହା 

     ଚାହଁ ତୁମେ ଯାହା କର ତ ତାହା,

ତୁମ କୃପାରେ ଦୁଃଖ ଦୂର ହେଉ 

   ସଂସାରେ ମଣିଷ ଶାନ୍ତିରେ ରହୁ ସେ,

ତୁମେ ପ୍ରଭୁ ଦୟାମୟ ଯେ 

    ଶୁଣ ମୋ ଗୁହାରି ହେ ବିଶ୍ବବିହାରୀ 

ଭବ ରହୁ ନିରାମୟ ଯେ।


ମିଛ ମାୟା ମୋହ ରଖିଛି ଘେରି 

     ତା' କବଳେ ଜୀବ ଯାଉଛି ହାରି,

ଦେଖାଏ ଲୋଭ ନିଏ ହାତ ଧରି 

     ସତ୍ୟର ପଥରେ ହୁଏ ବଇରି ସେ,

ଦିଏ ବହୁ ଦୁଃଖ କଷ୍ଟ ଯେ 

     ଜ୍ଞାନ ଦାନ କରି ଦିଅ ହେ ସୁଧାରି 

ନ ହେଉ କା'ର ଅନିଷ୍ଟ ଯେ।


ବିଷମୟ ଲାଗେ ସଂସାର ସାରା 

       ପାପେ ଧ୍ବଂସ ହୁଅଇ ବସୁନ୍ଧରା,

ହତ୍ୟା ଲୁଣ୍ଠନ ଚାଲେ ପ୍ରତିଦିନ 

   ମରେ ମଣିଷ ସ୍ଵାର୍ଥେ ଦେଇ ମନ ସେ,

ଆଖିରୁ ବହୁଛି ଲୁହ ଯେ 

       ଭାଙ୍ଗୁଛି ସଂପର୍କ ରହୁନି ସତର୍କ 

ହୁଏ ଖାଲି ଅନ୍ତର୍ଦାହ ଯେ।


ଘରେ ଘରେ ଚାଲେ ବାଦ ବିବାଦ,

     କାହା ହୃଦେ ନାହିଁ ତିଳେ ଆନନ୍ଦ,

ଶ୍ରଦ୍ଧା ସ୍ନେହ ନାହିଁ ଖାଲି ଛଳନା 

      ଅଭିନୟ କରି ଦିଏ ଯନ୍ତ୍ରଣା ସେ,

ଘଟେ ନାନା ଅବାଞ୍ଛିତ ଯେ

      ଖାଲି ମତାନ୍ତର ଆଉ ମନାନ୍ତର 

ଶାନ୍ତି ମିଳୁନି କିଞ୍ଚିତ ଯେ।


ତୁମେ ସର୍ବମୟ କର୍ତ୍ତା ଶ୍ରୀହରି 

      ତୁମେ ଇଚ୍ଛାମୟ ରଖ ଉଦ୍ଧାରି,

ମଣିଷ ନ ହେଉ କ୍ରୁର ହିଂସୁକ 

   ପାଉ ସର୍ବଦା ଜ୍ଞାନର ଆଲୋକ ସେ,

ମାୟା ମୋହ କରୁ ନାଶ ଯେ

    ଦିଅ ହେ ଆଶିଷ ରହୁ ତା' ବିଶ୍ଵାସ 

ଜୀବନେ ଆଣୁଁ ସୁଯଶ ଯେ।


ବିଶ୍ବ ବ୍ରହ୍ମାଣ୍ଡେ ତୁମେ ମହାବାହୁ

    ତୁମ ନାମ ଗାଇ ମୋ ଦିନ ଯାଉ,

କାହାରିକୁ କଷ୍ଟ ନ ଦିଅ ପ୍ରଭୁ 

   ମାୟାରୁ ମଣିଷ ଉଦ୍ଧାର ହେଉ ସେ,

ତୁମେ ଦେଇଛ ଜୀବନ ଯେ 

    ତାହାର ସୁରକ୍ଷା ପାଇଁ ଦିଅ ଶିକ୍ଷା 

କରେ ତୁମକୁ ଜଣାଣ ଯେ।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract