Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bholanatha Bagarty

Others

3.9  

Bholanatha Bagarty

Others

ନିଜ ବୋଲି ନାହିଁ କିଛି

ନିଜ ବୋଲି ନାହିଁ କିଛି

1 min
222


ସ୍ୱାର୍ଥର ସଂସାରେ ନାହିଁ ଯେ

ମାନବର ମୂଲ୍ୟ,

ସ୍ୱାର୍ଥରେ ପଡି ମାନବ ସବୁବେଳେ

ହୁଏ କଳବଲ (୧)


କହିବା ଲୋକଠୁ କରିବା ଗୁଣଟି

ଅଟଇ ସବୁ ବେଳେ ମହତ,

କହି କରିବା ଲୋକକୁ ସଦା 

ମହତ ମଣେ ଏ ଜଗତ (୨)


ଏମିତି ଲୋକ ସଂସାରେ ନାହିଁ

କାହୁଁ ଯେ ମିଳିବେ ଏ ମହତ ଜନ,

ପର ସ୍ୱାର୍ଥ ହିତସାଧନ ପାଇଁ ଯିଏ

ଦେବ ନିଜର ବଳିଦାନ। (୩)


କହିଯେ ଦେଉଛି କେତେ କଥାକୁ 

ହାତରେ ହଉନି କିଛି,

ନିଜେ ଯେ ନିଜକୁ ଅସମ୍ଭାଲ 

ଅନ୍ୟକୁ ଓଟାରି ଦେଖୁଛି।(୪)


ନିଜ ବୋଲି କିଛି ନାହିଁ ତ ଏଠି

ସବୁ ସେ ଦେଇ ନେଉଛି,

ପ୍ରାଣ ବାୟୁ ମଧ୍ୟ ଆମର ନୁହେ

ଦିନେ ଛାଡି ଯାଉଛି। (୫)



Rate this content
Log in