STORYMIRROR

Bholanatha Bagarty

Others

3  

Bholanatha Bagarty

Others

ସମ୍ପର୍କରେ ନିଜେ

ସମ୍ପର୍କରେ ନିଜେ

1 min
156

ଜୀବନ ଆରମ୍ଭ ହେବାର ବିଗତ ଦିନ 

ସବୁବେଳେ ଚେଷ୍ଟା କରିବାକୁ ପଡେ

ନିଜ ଭିତରେ ନିଜକୁ ବଜାୟ ରଖିବା 

 

ନିଜେ ଜଳି ଜଳି ଅନ୍ୟକୁ ଆଲୋକିତ 

କରିବାକୁ ଯାଇ ସେଠାରେ ନିଜର 

ସମସ୍ତ ଆତ୍ମ ସମ୍ମାନ ବଳି ପକାଇବା।

 

ଯେତେ କଲେ ମଧ୍ୟ ନିଜର ବଳିଦାନ 

ବୁଝିବା ଲୋକର ମାନସିକ ସ୍ତରରେ 

କୌଣସି ପରିବର୍ତ୍ତନ ହୁଏ ନାହିଁ  


ମାତ୍ର ନିଜକୁ ସମୟ ତାଳରେ 

ତାଳଦେଇ ଅନ୍ୟ ପକ୍ଷରେ ପାଇଁ 

ପରିବର୍ତ୍ତନ କରିବାକୁ ହୁଏ। 


ଅନେକ ଗୁଡିଏ ଛୋଟ ବଡ଼ 

ପରିବର୍ତ୍ତନ ପରେ ମଧ୍ୟ ଟିକିଏ 

ଆପଣାର ବୋଲି ମନେହୁଏ  


ହେଲେ ସେମାନେ ନିଜର 

ଆତ୍ମ ସମ୍ମାନ ପାଇଁ ଅନ୍ୟର

ଆତ୍ମ ସମ୍ମାନକୁ ଭୁଲିଯାଏ। 


ହେଲେ ମଧ୍ୟ ନିଜ ନିଜର 

ସମ୍ପର୍କକୁ ବଜାୟ ରଖିବାକୁ 

ଯାଇ ତାଙ୍କ ଠାରେ ହାର ମାନିବାକୁ ପଡେ  


ସବୁ ଭୁଲି ଯାଇ ଭାବର ସମ୍ପର୍କରେ 

ନିଜେ ନିଜକୁ ନିୟୋଜିତ କରି ଅତୁଟ

ବନ୍ଧନରେ ବାନ୍ଧି ହେବାକୁ ପଡେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍