STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ମୋ ଗାଁ

ମୋ ଗାଁ

1 min
15


ଗାଁର ନଈ ତହିଁରେ କଇଁ 

ଖୁଦୁରୁକୁଣୀ ଓଷା 

ଭୋଗଡା଼ଲା ଓ ହୁଳହୁଳିରେ 

ଭାଙ୍ଗିଛି ରାଗରୁଷା 

ଗାଁର ମେଳି ଭୋଜି ଯନ୍ତାଳି 

ଝିଅବୋହୂଙ୍କ ପରଷା 

ସାତ ସପନ ଆଜି ଗାଁ ଜୀଵନ 

ସକାଳ ଦାନ୍ତ ଘଷା 

ଗାଁରଜ ବଡ଼ ମଉଜ ହେବାକୁ ସଜ 

ବୋଉର ହାତ ଆରିସା 

ବାଉଁଶ ଦୋଳି ଡୁଡୁ ବାଗୁଡ଼ି ଚେସ ପାଲି 

ସାଙ୍ଗକୁ ଖେଳ ପଶା 

ଗାଁ ଭଉଣୀ ମିଳି ଭାଇଙ୍କି ବାନ୍ଧି ରାକ୍ଷୀ 

ଶପଥ କରାଇଛନ୍ତି ଛାଡ଼ିବେ ନିଶା 

ପରିବାର ସହ ବାପା ମାଆଙ୍କ ସମ୍ମାନେ 

ରଖିବାକୁ ଉଚ୍ଚ ଆଶା 

ସବୁ ମୁରବୀ ଏକାଠି ଘେରି ଟୁଙ୍ଗି ଘରେ 

ଶୁଣନ୍ତି ଭାଗବତ ଗୀତା ଚଉତିଶା 

ପର ଆପଣା ଭୁଲି ମନୁଷ୍ୟତା ଗୁଣ ଆଦରି 

ନହୋଇ ଲୋକହସା 

ଗାଁ ହସିଲେ ହସିବ କ୍ଷତ ଆମରି ମିତ 

ନରଖି ରାଗରୁଷା 

ପବିତ୍ର ମାଟି ଗାଁରେ ଦେଖି ଏଇଠି 

ଗାଁକୁ ଆସି ସେଦିନ ରହିଲା ମନ 

ହେବାକୁ ଗାଁ ଚଷା 

ଗାଁର ମାଟି ଗୋଡି ପାଣି ପବନ ମିଠା 

ଯେତେ ଅଙ୍କ ହେଇଛି କଷା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract