STORYMIRROR

Debabrata Mishra

Abstract Drama Action

3  

Debabrata Mishra

Abstract Drama Action

ଅର୍ଦ୍ଧରାତ୍ରିର ଅଧାସ୍ୱପ୍ନ

ଅର୍ଦ୍ଧରାତ୍ରିର ଅଧାସ୍ୱପ୍ନ

1 min
282


ସାରା ସହର ନିଦ୍ରାରେ 

କିଛି ନିଦ ସୁଉଚ୍ଚ ଅଟ୍ଟାଳିକାର ଅଭିଳଷିତ ଶେଯରେ

କିଛି ନିଦ ଚାଳଛପର କୁଡ଼ିଆ ବସ୍ତିର ଖଟିଆରେ

କିଛି ନିଦ ଫୁଟପାଥ୍ ର ସିମେଣ୍ଟ ଖଟରେ

ଆଉ କିଛି ଅନିଦ୍ରା ଆପଣା ଲୋକଙ୍କ ନିଦ ପାଇଁ.... (୧) 


ସାରା ସହର ଶୂନଶାନ

ତଥାପି ଶବ୍ଦ କିଛି ବୁଲା କୁକୁରଙ୍କ ଭୋ ଭୋ ରେ

ଆଉ କିଛି ଗଣିକାଙ୍କ ସହ ମୂଲଚାଲର ଚଳଚିତ୍ର ରାସ୍ତାରେ

କିଛି କର୍ତ୍ତବ୍ଯରତ ପୋଲିସ ଅଧିକାରୀ ପାଟ୍ରୋଲିଂ ଗାଡ଼ିରେ

ଆଉ କିଛି ମାତାଲ ମଦୁଆଙ୍କ ଅଛିଣ୍ଡା ଗୀତ ଓ କଥା... (୨) 


ସାରା ସହର ଦେଖୁଛି ସକାଳର ସ୍ୱପ୍ନ

ରିକ୍ସାବାଲା ପେଟେ ପିଇ ଦେହର କଷ୍ଟ ଲାଘବ କରୁଛି

ମୁଲିଆ ଲୋକଟା ସ୍ତ୍ରୀ ପିଲାଙ୍କୁ କ'ଣ ଦେବ ଭାବୁଛି

ମାଲିକର ଚିନ୍ତା କାଲି କାହାଠାରୁ ପେମେଣ୍ଟ ଆଣିବାର ଅଛି

କାମବାଲିର ଚିନ୍ତା କାଲି କେଉଁ ଘର ସଫା ପାଇଁ ଯିବାର ଅଛି... (୩) 


ସାରା ସହର କାନ୍ଦୁଛି ପୁଣି କୋରୋନା

ପେଟ ପୋଷିବାଟା କାଠିକର ଏଠି ପୁଣି ଏ ରୋଗ

କହେ ଗରିବଟେ ମା' ଲୋ ତୋତେ କି ଦେବି ଭୋଗ

ସବୁ ତ ସରିଛି ଆହୁରି କ'ଣ ଅଛି କି ଦୁର୍ଯୋଗ

ପୁଣି ଲକଡାଉନ୍ ଭାସିଯିବି ପ୍ରଭୁ ଦିଅ ବଞ୍ଚିବା ସୁଯୋଗ. (୪) । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract