ସତୀ ସାବିତ୍ରୀ
ସତୀ ସାବିତ୍ରୀ
ଭାରତ ପଶ୍ଚିମ ସୀମାରେ।
ରାଇଜ ମର୍ଦ୍ଦ ନାମରେ।
ଶାସକ ଅଶ୍ଵପତି ରାଜା।
ସନ୍ତାନ ସନ୍ତତି ଖୋଜା।
ଅଠର ବର୍ଷ ମହାଯଜ୍ଞ।
ସତୀ ସାବିତ୍ରୀ ନେଲେ ଜନ୍ମ।
ସମୟ ଚକ୍ର ଗଡ଼ିଗଲା।
ଯୌବନ ପ୍ରବେଶ ହୋଇଲା।
ରୁପରେ ନଥିଲା କେ ସରି।
ଗୁଣରେ ଦେବିଟିଏ ପରି।
ଦିନେ ଜଙ୍ଗଲେ ବୁଲୁଥିଲେ।
ସତ୍ୟବାନଙ୍କୁ ମନ ଦେଲେ।
ସାଲବ୍ୟ ରାଜା ଦୁମନ୍ତସେନ।
ରାଜା ରାଣୀ ଅନ୍ଧ ପୁଣ।
ରାଜ୍ୟରୁ ହେଲେ ବିତାଡିତ।
ଜଙ୍ଗଲେ ହୋଇଲେ ଆଶ୍ରିତ।
ଜାଗିଲା ବିବାହର ଆଶା।
ଜାଗିଲା ମନେ ପ୍ରେମ ନିଶା।
ନାରଦ କହିଲେ ଭବିଷ୍ୟ।
ଏକବର୍ଷ ତାର ଆୟୁଷ।
ତଥାପି ମନ କଥା ଶୁଣି।
ବିବାହ କଲେ ସବୁ ଜାଣି।
ଛାଡିଲେ ସେ ରାଜ ଉଆସ।
କରିଲେ ଜଙ୍ଗଲରେ ବାସ।
ଶାଶୁଶଶୁର ଦେବ ପରି।
କରିଲେ ଶୁଶ୍ରୁଷା ତାଙ୍କରି।
ଦିନ ପରେ ଦିନ ଚାଲିଲା।
ବରଷେ କ୍ଷଣେ ବିତିଗଲା।
ସେ ଦିନ କାଠ ହାଣୁ ହାଣୁ।
ଗଛରୁ ପଡି ମୃତ ଜାଣୁ।
ଆସିଲେ ଜନ୍ତୁପତି ଯମ।
ଆରମ୍ଭ କଲେ ତାଙ୍କ କାମ।
ପଛରେ ଗୋଡେଇ ଗୋଡେଇ।
ସାବିତ୍ରୀ ଗଲେ ଧାଇଁ ଧାଇଁ।
କହିଲେ ସ୍ୱାମୀ ବିନା ପ୍ରାଣ।
ଅଟେ କି ଖୁସିର କାରଣ।
ଜାଳ ହେ ଜ୍ବାଳାରେ ତୁମର।
ହୋଇବୁ ଆମେ ଏକାକାର।
ସତିତ୍ୱ ଦେଖି ଜନ୍ତୁପତି।
ଭ୍ରମିତ ହେଲା ତାଙ୍କ ମତି।
କହିଲେ ମାଗ ଚାରି ବର।
ଦେବି ନି ପ୍ରତି ପ୍ରାଣ ତୋର।
ଶାଶୁ ଶଶୁରଙ୍କ ଆଖି।
ମାଗିଲେ ସେ ଯେ ନିରୀମାଖି।
ରାଜ୍ୟ ଫେରାଅ ଶଶୁରଙ୍କ।
ବର ହୋଇଲା ପୂର୍ଣ୍ଣ ତାଙ୍କ।
ବାପା ଦିଅ ଏକ ପୁତ।
ତୃତୀୟ ବର ହେଲା ସତ।
ପତି ଔରସୁ ଶତ ପୁତ।
ହୋଉ ହେ ଯମରାଜ ଜାତ।
ତଥାସ୍ତୁ କହିଦେଲେ ଯମ।
ନ ବୁଝି ପ୍ରଶ୍ନର ଭରମ।
ମାନିଲେ ସେ ହାରିଲେ ବୋଲି।
କହିଲେ ଦେଖି ଧନ୍ୟହେଲି।
ଫେରାଉଛି ପତିଙ୍କ ପ୍ରାଣ।
ତୁମେ ହିଁ ମହାସତୀ ଜାଣ।
ଦେବତାଙ୍କର ଏ ପରୀକ୍ଷା।
ସତୀତ୍ୱ ହୋଇଲା ଯେ ରକ୍ଷା।
ସେ ଲାଗି ପାଳନ୍ତି ଏ ବ୍ରତ।
ଫଳ ମିଳଇ ଏହା ସତ।