STORYMIRROR

Ajit Kumar Raut

Drama

3  

Ajit Kumar Raut

Drama

ରାମ ନାମ ଭଜି ବିତୁ ଏ ଜୀବନ

ରାମ ନାମ ଭଜି ବିତୁ ଏ ଜୀବନ

1 min
180


ରାମ ରାମ ନାମ ଜପି ବିତୁ ଏ ଜୀବନ

ପରଂବ୍ରହ୍ମ ପରମାତ୍ମା ସେ ପ୍ରଭୁ ନିରଞ୍ଜନ,

କୃପାସିନ୍ଧୁ ଦୟାନିଧି ଜୀବନେ ଚନ୍ଦନ

ସୄଷ୍ଟିକର୍ତ୍ତା ସଂହାରକ ପାପୀ ବିନାଶନ।୧।


ଶବରୀର ଭକ୍ତି ପ୍ରଭୁ ଆଦର କରିଲ,

ଅଇଁଠା ଫଳଟି ତାର ଆଦରେ ଖାଇଲ

ଅପୂର୍ବ ଗୌରବ ପ୍ରଭୁ ଜଗତରେ ଦେଲ

ପବିତ୍ର ବୈକୁଣ୍ଠ ପୁରେ ସ୍ଥାନ ତାକୁ ଦେଲ।୨।


ବୀରବର ହନୁମାନ ଶ୍ରେଷ୍ଠ ଭକ୍ତ ତୋର

ତୋହରି ଦର୍ଶନେ ହେଲା ବିଶାଳ ଶରୀର,

ଜ୍ଞାନବନ୍ତ ବଳବନ୍ତ ଇଚ୍ଛା ରୂପ ଧର

ସବୁ ଗୁଣେ ସମ୍ପନ୍ନ ହିଁ ହୋଇଲା ଶରୀର।୩।


ତୋହରି କର୍ଯ୍ୟରେ ନାଥ ଆଗୁଆ ହୋଇଲା

ବିଶାଳ ସମୁଦ୍ର ଡେଇଁ ସନ୍ଦେଶ ଆଣିଲା,

ଲକ୍ଷ୍ମୀ ଠାକୁରାଣୀ ସୀତା କଥାକୁ କହିଲା

ଦାନବ ରାବଣ କଥା ବଖାଣ କରିଲା।୪।


ବୀର ହନୁମାନେ ପ୍ରଭୁ ଶ୍ରେଷ୍ଠ ଭକ୍ତ ତୋର

ଛାତି ଫାଡି ଦେଖାଇଲା ତବ କଳେବର,

ରାମ ସୀତା ଲକ୍ଷ୍ମଣଙ୍କ ରୂପ ତା ଶରୀର

ସୁସଜ୍ଜିତ ନାଥ ରୂପ ଭକ୍ତର ଶରୀର।୫।


ଭକ୍ତ ହନୁମାନେ ଭକ୍ତି କରୁଥାନ୍ତି ଜନ

ଭକ୍ତ ଆରାଧନା କଲେ ରାମଙ୍କ ଦର୍ଶନ,

ଭକ୍ତକୁ ଶ୍ରେଷ୍ଠ କଲେ ପ୍ରଭୁ ଭଗବାନ

ନାମ ଗୁଞ୍ଜୁ ଅଛି ଭବେ ହୋଇ ଘନଘନ।୬।


ପାପୀ ବିନାଶନେ ପ୍ରଭୁ ଜନମ ତୋହର

ସନ୍ଥଜନେ ରଖୁ ନାଥ କରୁଣା ତୋହର,

ତୁହି କୃଷ୍ଣ ତୁହି ରାମ ତୁହି ଜଗନ୍ନାଥ,

ତୁହି ବିଷ୍ଣୁ ତୁହି ହର ତୁହି ନିରାକାର।୭।


ପାପୀଙ୍କ ବିନାଶେ ପ୍ରଭୁ ବିଭିନ୍ନ ରୂପରେ

ଜନମ ହୋଇଛୁ ପ୍ରଭୁ ବିଭିନ୍ନ ନାମରେ

ନିରଞ୍ଜନ ପ୍ରଭୁ ତୁହି ଅଟୁ ନିରାକାର,

ଭକ୍ତଙ୍କ ଉଧାରେ ନେଉ ଜନ୍ମ ବାର୍ମବାର।୮।


ରାମ ନାମ ଜପି ବିତୁ ଏ ଜୀବନ

ପରଂବ୍ରହ୍ମ ପରମାତ୍ମା ସେ ପ୍ରଭୁ ନିରଞ୍ଜନ,

କୃପାସିନ୍ଧୁ ଦୟାନିଧି ଜୀବନେ ଚନ୍ଦନ

ସୃଷ୍ଟିକର୍ତ୍ତା ସଂହାରକ ପାପୀ ବିନାଶନ।୯।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama