STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Drama

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Drama

ଓଡ଼ିଶାର ସଂସ୍କୃତି ମୋସଂଜବତୀ

ଓଡ଼ିଶାର ସଂସ୍କୃତି ମୋସଂଜବତୀ

1 min
197



ଓଡ଼ିଶାର ସଂସ୍କୃତି ମୋ ସଂଜବତୀ

     ଉପାସନା ଆରାଧନା କରେ ମୁଁ ନିତି,

ଜଗନ୍ନାଥଙ୍କଠାରେ କରି ମିନତି

   ମାଗେ ଆଶିଷ ମହାନ ହେଉ ଏ ଜାତି।

ଚାଲିଥାଉ ସଦା ପ୍ରଗତିର ପଥେ

    ଶରଧା ଭକତି ରଖି ତା' ମନୋରଥେ,

କାନ୍ଧ ମିଳାଇ ସେ ସାରା ବିଶ୍ବ ସାଥେ

    ବିଜୟ ତିଳକ ପିନ୍ଧୁ ତାହାର ମାଥେ।

କଳା ସ୍ଥାପତ୍ୟ ସାହିତ୍ୟରେ ବଢିଆ

   କରି ରହିଥାଉ ସଦା ହୋଇ ଆଗୁଆ,

ବିଜ୍ଞାନ ବାଣିଜ୍ୟ କୃଷିରେ ଲଢୁଆ

   ହୋଇ ଚାଲିଥାଉ ଆମର ଏ ଓଡ଼ିଆ।

ଐତିହ୍ୟ ପରମ୍ପରା ଆମ ମହାନ

   ନୀତି ଆଦର୍ଶରେ ସ୍ବାଭିମାନୀ ସ୍ବାଧୀନ,

ରଖି ତାର ସୁନାମ ଗଢୁ ଜୀବନ

    ସବୁରି ସାଥେ ସମ୍ପର୍କ ଥାଉ ସମାନ।

ଓଡ଼ିଶାର ସଂସ୍କୃତି...

ଭାତୃଭାବ ଆପଣାପଣ ସ୍ବଭାବ

  &n

bsp;   ରଖି ଦୂର କରୁ ଅସୁବିଧା ଅଭାବ,

ପରିପୂର୍ଣ୍ଣ ହେଉ ଐଶ୍ୱର୍ଯ୍ୟ ବିଭବ

     ବାସ୍ତବତା ହୃଦୟେ କରୁ ଅନୁଭବ।

ପୂର୍ବପୁରୁଷଙ୍କ ଯଶ କୀର୍ତ୍ତି ମାନ

     ଅକ୍ଷୁର୍ଣ୍ଣ ରଖିବାରେ ରହୁ ତାର ମନ,

ସତ ମାର୍ଗେ ଉପାର୍ଜନ କରୁ ଧନ

   ସମୂହ ସ୍ବାର୍ଥରେ ରଖିଥାଉ ସେ ଧ୍ୟାନ।

ବଡ ଠାକରଙ୍କ ପରି ବଡ଼ କାମ

    କରି କରୁ ଏ ଓଡ଼ିଆ ଜାତି ସୁନାମ,

ସାର୍ଥକ ହେଉ ତା' ମାନବ ଜନମ

   ହସି ଖେଳି ଉଠୁ ଆନନ୍ଦେ ଧରାଧାମ।

ଓଡ଼ିଶାର ସଂସ୍କୃତି ମୋ ସଂଜବତୀ

     ଜାଳି ଜଳି କରୁଛି ମୁଁ ନିତି ଆଳତି,

ହୃଦୟେ ଘେନି ମୋ ଶରଧା ଭକତି

    ତୁଳସୀ ଚଉରା ମୂଳେ କରୁଛି ସ୍ତୁତି।

   

        



Rate this content
Log in

Similar oriya poem from Drama