STORYMIRROR

Sunanda Mohanty

Drama Action Others

3  

Sunanda Mohanty

Drama Action Others

ପାଳାଭୂତ

ପାଳାଭୂତ

1 min
162

ସବୁ ଶୁନ୍ୟତା ରୁ ପୂର୍ଣ୍ଣଗଭା 

ସବୁ ନିରାଶାରୁ ପରିପକ୍ଵ ଆଶା 

ଅସଂଖ୍ୟ ପେଟ ଜ୍ବାଳାର ଭାଗ୍ୟ 

ଅନେକ ସମାଧାନର ତଥାସ୍ତୁ ରେ 

ଜୀ ରହିଥାଏ ପାଳଭୂତ 

ସହି ସହି ଖରା କାକର ବର୍ଷା ଶୀତ 

ସବୁ ଶହନଶୀଳତା ଗୁଣ 

ନିଆରା ପରିଚୟ ରେ ନଥାଏ 

ମାନ କି ଅଭିମାନ 

ଏ ମଣିଷ ବୁଝେ କି ତାର ସ୍ୱାର୍ଥ କଣ? 

ସେଇ ମାଟି ହାଣ୍ଡି ମୁଣ୍ଡ 

ପୁରୁଣା ପୋଷାକ ର ଆବରଣ 

ଜଗିଥାଏ କରି କରି ଭାଗ୍ୟ ନିର୍ଦ୍ଧାରଣ 

ନିରୁତ୍ସାହିତା କୁ ତଡି 

ଶତ୍ରୁ କୁ ଘଉଡ଼ି 

ଚାଷୀ ର ମୁଖେ ଦେବାକୁ ହସର ରାଣ 

ପବନରେ ପତଙ୍ଗକୁ 

କରୁଥାଏ ବାରବାର ବରାବର ବାରଣ 

ତା ଢିମା ଢିମା ଆଖିରେ

 ଚାଷୀ ଦେଖେ ଉଜ୍ଜ୍ୱଳ କିରଣ 

ସୂର୍ଯ୍ୟ ଉଇଁବାଠୁ ଅସ୍ତଯାଏଁ 

ପୁଣି ଦିନରାତି ବିତୁଥାଏ 

ନିର୍ଜୀଵ ସେ କେଡେ ସକାରଣ 

ଅନ୍ୟର ସମସ୍ତ ସ୍ବପ୍ନ କୁ 

କରିବାକୁ ସରଳ ସମୀକରଣ l

,,,,,,,,,,,,,,,,,,,,,,,,,,,,,,,,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama