STORYMIRROR

Bijay Prusty

Drama

3  

Bijay Prusty

Drama

ଦୁଃଖକିଛି ବର୍ଷିବାର ଥିଲା

ଦୁଃଖକିଛି ବର୍ଷିବାର ଥିଲା

1 min
224


କିଛି ବାକିଅଛି ସାରିବାକୁ

କିଛି ମାୟା କାଟିଦେବାକୁ ହେବ 

କିଛି ବନ୍ଧନର ଡୋରୀ 

ଛିଡେଇ ଦେବାକୁ ହେବ I

ସଂସାରକୁ ମୋ ସହିତ କିଏ ଆସିଥିଲା କି?

ଖାଲି ଯାହା ମାୟାରେ ସମସ୍ତେ

ଘାରି ହେଉଛେ ସିନା,

ଜୀବନର ଚରମ ସତ୍ୟକୁ

ଭୁଲିଗଲେ କେମିତି ଚଳିବ କହିଲ ? 

ସୁଖ ଟିକେ ଖୋଜୁଥିଲି ବୋଲି ସିନା

ମୁଁ ଦୁଃଖୀ ପାଲଟିଗଲି,

ଏବେ ଦୁଃଖ ପରା 

ମୋର ଅତି ଆପଣାର,

ମୋ ଦୁଃଖକୁ ଦେଖି

ସୁଖ ଇର୍ଷା କରୁଛି ବୋଧହୁଏ,

ଆଖିର ଲୁହ ପରା ମୋ ନିଜର

ଆଉ ଓଠରେ ମୋର 

ହସ ଖୋଜୁଛ କାହିଁକି?

ଖୁସିରେ ରହିବାକୁ କିଏ ନଚାହେଁ ଯେ,

ସୁଖ ଖୋଜୁ ଖୋଜୁ ଦୁଃଖ ଯଦି

ଆପଣେଇ ନେଲା

ଦୁଃଖ କରୁଛ କାହିଁକି ?

ଖେଳ ବେଳେ ବେଳେ 

କାଳ ପାଲଟିଯାଏ ବୋଲି ଆଜି ଜାଣିଲ ତ I

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama