ରଙ୍ଗ ବରଷେ ମନ ହରଷେ
ରଙ୍ଗ ବରଷେ ମନ ହରଷେ
ଲିଭିଛି ନିଃଶଦ୍ଦ କଟିଛି ଆପଦ
ଶୀତ ଯାଏ ଗୀତ ଗାଇ
ବରଷିଲା ରଙ୍ଗ ମେଦିନୀ ପୃଷ୍ଠରେ
ସାତ ରଙ୍ଗେ ଦେଲା ଧୋଇ ।
ନାଲି ରଙ୍ଗ ଦେଲା ମନ୍ଦାର ପୁଷ୍ପରେ
ସବୁଜକୁ ଦେଲା ପର୍ଣ୍ଣେ
ହଳଦୀ ବସନ୍ତ ପୀତ ରଙ୍ଗ ଲେପି
ସୁନ୍ଦରୀ ସଜ୍ଜିତ ବନେ ।
ସୁକଣ୍ଠୀ କୋକିଳ କଳା ରଙ୍ଗ ନେଇ
ମଧୁର ତାନରେ ନାଚେ
ନୀଳକାନ୍ତ ମଣି ମନ ନିଏ କିଣି
ସତେ କି ନୀଳାଭ ବିଞ୍ଚେ ।
ବିମ୍ବଫଳ ହେଲା ଓଠେ ମନୋରମ
ବିମ୍ବାଧାରୀ ହେଲେ ହରି
ଗୋଲାପି ପଦୁଅଁ ସର କୋଳେ ଖେଳେ
ଗୋଲାପି ରଙ୍ଗକୁ ନାଇ ।
ସ୍ୱଚ୍ଛ ଶୁଭ୍ର ରଙ୍ଗ ଚନ୍ଦ୍ରମା ଦେହକୁ
ଚାନ୍ଦିନୀ କରଇ ଗର୍ବ
ସକଳ ପରାଣ ରଙ୍ଗରେ ଜିତିଣ
ସାଜିଛି ଏ ହୋଲି ପର୍ବ ।
ଅଦ୍ଭୂତ ରଙ୍ଗରେ ପ୍ରମକୁ ବୁଡାଇ
ହୃଦ କରେ ପୁଲକିତ
ଶତ କୋଟି ନମଃ ତୁମକୁ ହେ ରଙ୍ଗ
ଜନଗଣେ କଲ ପ୍ରୀତ ।

