ସାତ ରଙ୍ଗେ ଆସେ ହୋଲି
ସାତ ରଙ୍ଗେ ଆସେ ହୋଲି
ଭୂମର୍ତ୍ତ୍ୟ ମଣ୍ଡଳେ ଅତି କୌତୁହଳେ
ପାର୍ବଣ ମନାନ୍ତି ଜନେ
ସତେ ଦେବ ଭୂମି ପାଲଟେ ପୃଥିବୀ
ଦେବା ଦେବୀ ଦରଶନେ ।
ବିଭିନ୍ନ ରାଜ୍ୟରେ ବିବିଧ ନାମରେ
ହୋଲି ଆସେ ଖୁସି ନେଇ
ମୁଖ୍ୟ ଦେବ ରୂପେ ପୂଜିତ ହୁଅନ୍ତି
ନନ୍ଦ ନନ୍ଦନ କହ୍ନେଇ ।
ଅବିର ଖେଳରେ ମାତି ଯାନ୍ତି ସର୍ବେ
ସଙ୍ଗେ ଭିନ୍ନ ଭିନ୍ନ ରଙ୍ଗ
ଏକାଗ୍ରତା ଚିତ୍ତେ ନିୟୋଜିତ ହୋଇ
ଉଲ୍ଲାସେ ମାତିଲେ ସାଙ୍ଗ ।
ହରି ବୋଲ ତାଳେ ବିମାନ ଦୋଳରେ
ରାଧାକୃଷ୍ଣ ଝୁଲି ଝୁଲି
ମେଳି ବାନ୍ଧି ଯାନ୍ତି ଦୋଳ ଯାତରାକୁ
ଉଡ଼ାଇ ଦାଣ୍ଡର ଧୂଳି ।
ଆମ୍ଭେ ଯେ ଗର୍ବିତ ଭାରତୀୟ ବୋଲି
ଭାଇଚାରା ଏଠି ସିଦ୍ଧ
ଆମେ ଭୂଲିବାନି ଆମରି କର୍ତ୍ତବ୍ୟ
ମନେ ରଖି ଐକ୍ୟବଦ୍ଧ ।
