STORYMIRROR

Tapan Kumar Biswal

Drama Romance Inspirational

3  

Tapan Kumar Biswal

Drama Romance Inspirational

ମୋ ପ୍ରିୟା

ମୋ ପ୍ରିୟା

1 min
291


ଫଗୁଣ ଆସିଲେ

ରଙ୍ଗ ଭରିଯାଏ

ପ୍ରିୟା ପାଇଁ ହୃଦେ ମୋର


ଭଳି ଭଳି ରଙ୍ଗ

ସାଇତି ରଖିଛି

ଦେବାପାଇଁ ଉପହାର ll


ମଳୟ ପବନ

ବହେ ଧୀରେ ଧୀରେ

ପ୍ରିୟାର ମନକୁ ଜାଣି  


ହଜାରେ ସପନ

ଦେଖିଛି ଏ ଆଖି

ସରାଗ ଦେଇଛି ବୁଣି ll


କୋଇଲି ଖୋଜୁଛି

ତୁମକୁ ହେ ପ୍ରିୟା

ଶୁଣାଇବା ମିଠା ରାଗ


ହେ ପଗୁଣ ତୁମେ

ଡେରି କର କିଆଁ

ଶୀଘ୍ର ଚାଲି ଆସ ଆଗ ll


ସଞ୍ଜ ନଇଁଗଲେ

ଆକାଶର ତାରା

ଖୋଜୁ ଥାଏ ତୁମ ମୁହଁ


ଚାନ୍ଦିନୀ ରାତିରେ

ଚାନ୍ଦ ଖୋଜୁଥାଏ

ପ୍ରିୟ ତୁମ ଗୋରା ମୁହଁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama