STORYMIRROR

Papu parida

Drama Inspirational Children

4  

Papu parida

Drama Inspirational Children

ନବୀନ ଯୁଗର ନବ ଭାରତ

ନବୀନ ଯୁଗର ନବ ଭାରତ

1 min
536

ଗଗନେ ହସୁଛି ଦେଖ ମୋ ତ୍ରିରଙ୍ଗା ନେତ

ହଁ ମୋ ତ୍ରିରଙ୍ଗା ନେତ

ନବୀନ ଯୁଗର ନବ ଭାରତ।


କହେ ବିଶ୍ୱଗୁରୁ ବୋଲି ଏ ସାରା ଜଗତ

ହଁ ଏ ସାରା ଜଗତ

ନବୀନ ଯୁଗର ନବ ଭାରତ।


ହିମ କିରୋଟିରେ ସିଏ ଅଟେ ସୁବେଶିତ

ହଁ ଅଟେ ସୁବେଶିତ

ନବୀନ ଯୁଗର ନବ ଭାରତ।


ଧୋଇଦିଏ ଅର୍ଣ୍ଣବ ଯା' ଛନ୍ଦମୟ ପାଦ

ହଁ ଛନ୍ଦମୟ ପାଦ

ନବୀନ ଯୁଗର ନବ ଭାରତ।


ସବୁଜ ବନାନୀ ସଙ୍ଗେ ମୋ ସୁନାର କ୍ଷେତ

ହଁ ମୋ ସୁନାର କ୍ଷେତ

ନବୀନ ଯୁଗର ନବ ଭାରତ।


ଭୂମି ମୋର ଗାଉ ଥାଏ ବୀରତ୍ବର ଗୀତ

ହଁ ବୀରତ୍ବର ଗୀତ

ନବୀନ ଯୁଗର ନବ ଭାରତ।


ଅଧିକାର ପାଇଁ କେତେ ଝରିଥିଲା ରକ୍ତ

ହଁ ଝରିଥିଲା ରକ୍ତ

ନବୀନ ଯୁଗର ନବ ଭାରତ।


ପ୍ରତିଟି ବାଲି କଣାରେ ଭରିଛି ପ୍ରଭୁତ୍ୱ

ହଁ ଭରିଛି ପ୍ରଭୁତ୍ୱ 

ନବୀନ ଯୁଗର ନବ ଭାରତ।


ମାଟିରୁ ମଙ୍ଗଳ ଯାଏଁ ସିଏ ସୁବିଖ୍ୟାତ

ହଁ ସିଏ ସୁବିଖ୍ୟାତ

ନବୀନ ଯୁଗର ନବ ଭାରତ।


ଅଗ୍ନି ପୃଥିବୀ ସୂର୍ଯ୍ୟରେ ମୋ ସେନା ସଜ୍ଜିତ

ହଁ ମୋ ସେନା ସଜ୍ଜିତ

ନବୀନ ଯୁଗର ନବ ଭାରତ।


ବିଶ୍ୱକୁ ବୁଝାଏ ଯିଏ ଯୋଗର ମହତ୍ତ୍ୱ

ହଁ ଯୋଗର ମହତ୍ତ୍ୱ

ନବୀନ ଯୁଗର ନବ ଭାରତ।


ବିପଦରେ ମୈତ୍ରୀ ଲାଗି ସେ ବଢାଏ ହାତ

ହଁ ସେ ବଢାଏ ହାତ

ନବୀନ ଯୁଗର ନବ ଭାରତ।


ଇସ୍ରୋ ଡିଆରଡିଓ ଲାଗି ଆମେ ରେ ଗର୍ବିତ

ହଁ ଆମେ ରେ ଗର୍ବିତ

ନବୀନ ଯୁଗର ନବ ଭାରତ।


ବନ୍ୟା ବାତ୍ୟା ମହାମାରୀ କରେ ନିୟନ୍ତ୍ରିତ

ହଁ କରେ ନିୟନ୍ତ୍ରିତ

ନବୀନ ଯୁଗର ନବ ଭାରତ।


ଗୌରବମୟ ଅତୀତ ଭବ୍ୟ ଭବିଷ୍ୟତ

ହଁ ଭବ୍ୟ ଭବିଷ୍ୟତ

ନବୀନ ଯୁଗର ନବ ଭାରତ।


ଜ୍ଞାନ ବିଜ୍ଞାନ ବଳରେ ହେବ ସର୍ବଶ୍ରେଷ୍ଠ 

ହଁ ହେବ ସର୍ବଶ୍ରେଷ୍ଠ

ନବୀନ ଯୁଗର ନବ ଭାରତ।


ଶତ୍ରୁ ଥରହର ଶ୍ରଦ୍ଧା ପାଇବ ମିତ

ହଁ ଶ୍ରଦ୍ଧା ପାଇବ ମିତ

ନବୀନ ଯୁଗର ନବ ଭାରତ।


ନା ରହିବ ଏ ଦାରିଦ୍ର୍ୟ କିମ୍ବା ଦୁଃଖ କଷ୍ଟ

ହଁ କିମ୍ବା ଦୁଃଖକଷ୍ଟ

ନବୀନ ଯୁଗର ନବ ଭାରତ।


ପ୍ରତି ନାରୀ ମୋ ଦେଶରେ ହେବେ ସୁରକ୍ଷିତ 

ହଁ ହେବେ ସୁରକ୍ଷିତ

ନବୀନ ଯୁଗର ନବ ଭାରତ।


ମୋ ଦେଶର ସବୁ ସ୍ବପ୍ନ ହୋଇବ ରେ ସତ

ହଁ ହୋଇବ ରେ ସତ

ନବୀନ ଯୁଗର ନବ ଭାରତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama