STORYMIRROR

Ajit Kumar Raut

Drama

4  

Ajit Kumar Raut

Drama

ଅର୍ଣ୍ଣପୂର୍ଣ୍ଣା ଙ୍କ ପ୍ରତିମା

ଅର୍ଣ୍ଣପୂର୍ଣ୍ଣା ଙ୍କ ପ୍ରତିମା

1 min
511

ବିଶ୍ବନାଥ ଧାମେ ସ୍ଥାପିତ ଏ ମୂର୍ତ୍ତି

  ଲକ୍ଷ୍ମୀ ଅର୍ଣ୍ଣପୂର୍ଣ୍ଣା ଦେବୀ,

କାନାଡ଼ା ଦେଶରୁ ଆସିଲା ପ୍ରତିମା

  ହେଲେ ପ୍ରତିଷ୍ଠିତ ଦେବୀ ।


ଶହେ ଆଠ ବର୍ଷ ପରେ ଆଗମନ

  ଚୋରି କରିଥିଲେ ଦୃଷ୍ଟ,

ସ୍ଥାପନା ତାଙ୍କର ବିଶ୍ବନାଥ ଧାମେ

  ହେଲାଟି ମନ ସନ୍ତୁଷ୍ଟ ।


ହେବ ପୁଣି ଦେଶ ଅର୍ଣ୍ଣପୂର୍ଣ୍ଣା ଭୂମି

  ଠାକୁରାଣୀ ଆଗମନେ,

ହେବ ଲକ୍ଷ୍ମୀପୂର୍ଣ୍ଣ ପବିତ୍ର ଧରଣୀ

  ଅର୍ଣ୍ଣପୂର୍ଣ୍ଣା ଆଗମନେ ।


ମନ୍ତ୍ର ଉଚ୍ଚାରଣେ ଦେବୀଙ୍କ ସ୍ଥାପନା

  ହୁଏ ବିଶ୍ବନାଥ ଧାମେ,

ଗୁଞ୍ଜନ କରୁଛି ତାଙ୍କରି ମହିମା

  ପବିତ୍ର ଶିବଙ୍କ ଧାମେ ।


ଶୁଭୁ ଏ ସମୟ ଭାରତବର୍ଷରେ

  ଅର୍ଣ୍ଣପୂର୍ଣ୍ଣାଙ୍କ ସ୍ଥାପନେ,

ପୌରାଣିକ କଥା ଗୁଞ୍ଜୁ ଅଛି ପୁଣି

  ଦେଶବାସୀଙ୍କର ମନେ ।


ରାମଙ୍କ ମନ୍ଦିର ନିର୍ମାଣ ଦେଉଛି

  ବିଶ୍ବେ ହେବ ସର୍ବଶ୍ରେଷ୍ଠ,

ମନବାଞ୍ଚା ପୂର୍ଣ୍ଣ ହୋଉଛି ଭକ୍ତଙ୍କ

  ଜନସେବା ହେଲା ଶ୍ରେଷ୍ଠ ।


ଜନତା କଲ୍ୟାଣେ ନୀତି ବନେ ନିତ୍ୟେ

  ଭ୍ରଷ୍ଟାଚାର ହୁଏ ଦୂର,

ଅର୍ଣ୍ଣପୂର୍ଣ୍ଣା ପୁଣି ଆଗମନ୍ ଏଠି

  ନହେବ ଦୁଃଖ କାହାର ।


ସମୟ ଆସିଛି ଭାରତବର୍ଷରେ

  ଆନନ୍ଦର ଅବସର

ସୁବର୍ଣ୍ଣ ଭାରତ ହେବ ହିଁ ନିଶ୍ଚୟ

  ନାହିଁ କିଛି କିନ୍ତୁ ତାର ।


ବିଶ୍ବଗୁରୁ ସ୍ବପ୍ନ ସାକାର ହୋଇବ

  ନାହିଁ କିନ୍ତୁ କିଛି ଏଠି,

ସ୍ବୀକାର କରିବ ଭାରତକୁ ବିଶ୍ବ

  ଭ୍ରାନ୍ତି କିଛି ନାହିଁ ଏଠି ।


ଅର୍ଣ୍ଣପୂର୍ଣ୍ଣାଙ୍କର ଆଗମନ ଏଠି

  ଶକ୍ତିଶାଳୀ ହେବ ରାଷ୍ଟ୍ର,

ଲକ୍ଷ୍ମୀପୂର୍ଣ୍ଣ ଦେବ ପବିତ୍ର ଭାରତ

  ଶ୍ରେଷ୍ଠ ସବୁ ଗୁଣେ ରାଷ୍ଟ୍ର ।


Rate this content
Log in

Similar oriya poem from Drama