ଶବର ରାଜା ବିଶ୍ଵାବସୁ ଓ ନୀଳ ମାଧବ
ଶବର ରାଜା ବିଶ୍ଵାବସୁ ଓ ନୀଳ ମାଧବ
ବିଶ୍ଵାବସୁ ନାମେ ଶବର ରାଜନ
ଜଗନ୍ନାଥ ଙ୍କୁ ପ୍ରଥମେ
କରୁଥିଲେ ପୂଜା ଗିରି କନ୍ଦରରେ
ପୁଣ୍ୟ ନୀଳାଚଳ ଧାମେ ।
ଉତ୍କଳ ଅଧିପ ଇନ୍ଦ୍ରଦ୍ୟୁମ୍ନ ନୃପ
ଲଭିଲେ ସ୍ୱପ୍ନେ ଆଦେଶ
ମନ୍ଦିର ତୋଳାଅ ମୋତେ ପୂଜା କର
ଭାଷିଲେ ଚାମୁଙ୍କ ପାଶ ।
ଆପେ ଲୀଳାମୟ ବିଶ୍ଵ କାରିଗର
ସ୍ୱପନେ ଦେଲେ ଦର୍ଶନ
କେଉଁଠି କି ପରି ପୂଜା ପାଉ ଛନ୍ତି
ରାଜାଙ୍କ ବ୍ୟାକୁଳ ମନ ।
ଜାଣିବା ପାଇଁ କି ନାନ ସ୍ଥାନେ ଚାର
ତୁରିତେ କଲେ ପ୍ରେଷଣ
ରାଜ ସେନା ପତି ଆର୍ଯ୍ୟ ବିଦ୍ୟା ପତି
କଲେ ଶେଷ ଅନ୍ୱେଷଣ ।
ଗହନ କାନନେ ଶବର ପଲ୍ଲୀରେ
ପ୍ରବେଶ କରିବା ପରେ
ଜାଣି ଲେ ସେ ଠାବେ ବିଶ୍ଵାବସୁ ନାମେ
ଜଣେ ଏବେ ପୂଜା କରେ ।
ଶବର ଦୁହିତା ନାମ ତା ଲଳିତା
ତାକୁ ପ୍ରେମ ଜାଲେ ବାନ୍ଧି
ତାହା ଅଗ୍ରତ ରେ ସିଦ୍ଧି ଉଦ୍ଧେଶ୍ୟ ରେ
ତାଙ୍କ ମନ ଅଭିସନ୍ଧି ।
ପରକାଶ କରି ତାହାରି ସାହାର୍ଯ୍ୟେ
ନିଘଞ୍ଚ ଗିରି ଗୁହରେ
ପରବେଶି ଦେଖି ଚକିତ ହୋଇଲେ
ନୀଳ ମାଧବ ଠାକୁରେ ।
ଶ୍ୱ।ପଦ ସଙ୍କୁଳ ତରୁ ତୃଣ ଗୁଳ୍ମ
ପୂର୍ଣ୍ଣ ଗହନ ବନାନୀ
ଆଚ୍ଛାଦିତ ସ୍ଥାନ ମଧ୍ୟେ ବିଜେ ପ୍ରଭୁ
ସୂର୍ଯ୍ୟାଲୋକ ଭେଦେ ନାହିଁ ।
ଫେରି ଆସି ରାଜା ଅଗ୍ରତେ ଜଣାନ୍ତେ
ଶବର ସହିତେ ତିନ
ସାକ୍ଷାତ କରନ୍ତେ ଶ୍ରୀ ନୀଳ ବିଗ୍ରହ
ଶୂନ୍ୟେ ହେଲେ ଅନ୍ତର୍ଦ୍ଧାନ ।
ମୁଣ୍ଡ ପୋତି ରାଜା ଦୁଃଖରେ ଅଧୀର
ହୋଇ କରନ୍ତେ କ୍ରନ୍ଦନ
ଶୂନ୍ୟ ବାଣୀ ନଭୁ ଶୁଣିଲେ ଚାରି ହେଁ
ନ କର ଦୁଃଖେ ରୋଦନ ।
ଆମ୍ଭେ ଏହି ଠାବେ ଏଇ ରୂପେ ଭବେ
ଭକତ ତାରିବା ପାଇଁ
ଆର୍ବିଭାବ ହେବୁ ଭକତେ ତାରିବୁ
ମନ୍ଦିର ତୋଳାଅ ଯାଇ ।
ମନ୍ଦିର ହୋଇଲେ ବାଙ୍କୀ ମୁହାଣରେ
ଲାଗିବ ବିରଳ ଦାରୁ
ତାହାକୁ ଅଣାଇ ନିର୍ମାଣ ହେ ଏଥି
ନବୀନ ବିଗ୍ରହ ଚାରୁ ।
ଦୈବ।ଦେଶ ମତେ ଇନ୍ଦ୍ର ଦ୍ୟୁମ୍ନ ସତେ
ସ୍ଥାପି ଗଲେ ନୀଳାଚଳେ
ଜଗତ ନାଥ ଙ୍କ ମନ୍ଦିର , ବିଗ୍ରହ
ଭକତ ବିଶ୍ୱାସ ଛଳେ ।
ଚିତ୍ରୋତ୍ପଳା ତୀରେ କଣ୍ଟିଲୋ ନଗରେ
ବିଜେ ଯେ ନୀଳ ମାଧବ
ବିଶ୍ୱାବସୁ ଆଉ ନୀଳମାଧବ ଙ୍କ
ଅଟେ ଏ ଗୁପ୍ତ ରହସ୍ୟ ।
