Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Abstract Drama

4  

Rama chandra Pradhan

Abstract Drama

ତଅପୋଇ

ତଅପୋଇ

1 min
265



ସାଧବ ଘରର ଅଲିଅଳି କନ୍ୟା 

  ଅଟେ ସେ ଭାରି ଗେହ୍ଲେଇ

ସାତ ଭାଇରେ ସେ ଗୋଟିଏ ଭଉଣୀ 

  ନାଆଁ ତା'ର ତଅପୋଇ ।


ଅଭିଶାପ ବଳେ ସେ ସାଧବ ଝିଅ 

  ହୋଇଥିଲା ମର୍ତ୍ତ୍ୟପୁରୀ 

ପୂର୍ବ ଜନ୍ମେ ସିଏ ଥିଲା ଅପସରୀ 

  ପାଇ କେତେ ସୁଖଶିରୀ ।


ବିଧବା ବ୍ରାହ୍ମଣୀ ବିଷ ମିଶାଇଲା 

  ଭାଉଜ ମାନଙ୍କ ମନେ 

ଅବହେଳା କରି ତା' ଭାଉଜ ମାନେ 

   ପଠାଇଲେ ତା'କୁ ବନେ ।


କନିଷ୍ଠ ଭାଉଜ ନିଳେନ୍ଦ୍ରୀଙ୍କ ଠାରୁ 

   ଆଦର ଯତନ ପାଇ 

ସବୁ ଦୁଃଖ କଷ୍ଟ ଭୁଲି ଯାଇଥିଲା 

  ନିରିମାଖି ତଅପୋଇ ।


ଘରମଣି ନାମେ ସୁଧାର ଛେଳିଟା 

   ଦିନେ ବନେ ହଜିଗଲା 

ଏଇ ଛେଳି ପାଇଁ ବଡ଼ ଭାଉଜଟି  

   ଅନ୍ଧାରେ ବନେ ପେଶିଲା ।


ମାଆ ମଙ୍ଗଳାଙ୍କୁ ସୁମରଣା କରି 

  ଛେଳି ସେ ଫେରିପାଇଲା 

ଭାଇଙ୍କ ମଙ୍ଗଳେ ଖୁଦରଂକୁଣିଙ୍କୁ 

   ଖୁଦ ମଣ୍ଡାରେ ପୂଜିଲା ।


ଭାଦ୍ରବ ମାସର ରବିବାର ଦିନ 

  ପଡ଼େ ତଅପୋଇ ଓଷା 

କୁଆଁରୀ କନିଆ ପାଳନ୍ତି ଏହାକୁ 

  ମନେରଖି କେତେ ଆଶା ।



Rate this content
Log in

Similar oriya poem from Abstract