STORYMIRROR

Kabiratna Nutan Kumar Behera

Drama Classics Inspirational

4  

Kabiratna Nutan Kumar Behera

Drama Classics Inspirational

ବାହୁଡା଼ ଯାତ୍ରା

ବାହୁଡା଼ ଯାତ୍ରା

1 min
216

ଆମ ସଂସ୍କୃତି ଆମ ପରମ୍ପରା

       ସାରା ବିଶ୍ୱରେ଼ ଅଟେ ନିଆରା,

ଯାତରା ଭିତରେ ରଥ ଯାତରା

     ଦେଖି ମନେ ରହେ ଜୀବନସାରା।


ପ୍ରଭୁ ଜଗନ୍ନାଥଙ୍କର ଏ ଯାତ

      ଦେଖି ସନ୍ତୋଷ ଶ୍ରଦ୍ଧାଳୁ ଭକତ,

ଭାବର ଠାକୁର ଭାବରେ ପ୍ରୀତ

      ଭାବ ବିନିମୟେ ଚାଲେ ଜଗତ।


ଶ୍ରୀକ୍ଷେତ୍ରର ମଣି ଶ୍ରୀଜଗନ୍ନାଥ

       ସୁନ୍ଦର ତାଙ୍କ ନନ୍ଦିଘୋଷ ରଥ,

ଜଗତ ସାଇଁ ଅନାଥର ନାଥ

       ପତିତ ଜନଙ୍କୁ ଦେଖାନ୍ତି ପଥ।


ବୁଲି ଆସିଥିଲେ ମନ୍ଦିର ଛାଡ଼ି

         ତିନିରଥ ତିନି ଠାକୁର ଚଢି,

ଅତିଥି ଭାବରେ ମାଉସୀ ବାଡ଼ି,

      ନଅ ଦିନ ପରେ ଯିବେ ବାହୁଡି।


ଏ ବାହୁଡା ଯାତ୍ରା ଭାବେ ବିଖ୍ୟାତ

        ଦେଖି ଭକ୍ତ ଜନ ହୁଏ ଚକିତ,

ମାନବ ଲୀଳାରେ ପ୍ରଭୁ ମୋହିତ

     ଦର୍ଶନେ ସନ୍ତୋଷ ସାରା ଜଗତ।


ସ୍ମିତ ହାସ୍ୟେ ପ୍ରଭୁ ଦିଅନ୍ତି କହି

    ଏ ମର୍ତ୍ତ୍ୟେ ଚିର ରହେ ନାହିଁ କେହି,

ଆସିଛି ଯିଏ ବାହୁଡିବ ସେହି

       ବିଧିର ବିଧାନେ ଲେଖିଛି ବିହି।


ଶରୀର ରଥ ଏ ଯେ ନନ୍ଦିଘୋଷ

       ହୃଦୟେ ପ୍ରଭୁ କରିଛନ୍ତି ବାସ,

ଜୀବନର ମୂଳମନ୍ତ୍ର ବିଶ୍ବାସ

      ଜୀବ ପରମଙ୍କ ଏ ନିତ୍ୟରାସ।


ବାହୁଡା ଯାତ୍ରାର ଏ ତତ୍ତ୍ଵଭାବ

      ଜୀବନେ କରଇ ଯେ ଅନୁଭବ,

ବଶ କରେ ନାହିଁ ତାକୁ ବିଭବ

    ଏ ଧରାଧାମେ ଧନ୍ୟ ସେ ମାନବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama