STORYMIRROR

Krushna Chandra Lenka

Abstract Drama Inspirational

4  

Krushna Chandra Lenka

Abstract Drama Inspirational

ନିୟତିର ଖେଳ

ନିୟତିର ଖେଳ

1 min
323

ନିୟତିର ଖେଳ ନିତ୍ୟ ଭ୍ରାମ୍ୟମାଣ,

କେ ଏଠି ପାଷାଣ କେ ସହେ କଷଣ।


ଆଜି ଯା ବଦନ ହରଷରେ ପୂର୍ଣ୍ଣ,

କାଲି ବିଷାଦେ ତା ରହିଥାଏ ମନ।


କେ ମୁକୁଟଧାରୀ କେ ଦାଣ୍ଡ ଭିକାରୀ,

ନିଜ ଭ୍ରାତା ପୁଣି ହୁଅଇ ଭଗାରୀ।


କେଡେ ବିଚିତ୍ର ଏ ନିୟତିର ଖେଳ,

ପିତା ଆଗେ ଶେଷ ହୁଏ ପୁତ୍ର କାଳ।


ଆପଣାର ଜନ ହୁଅଇ ବଇରୀ,

କାଳ ଚକ୍ରେ ଅରି ହୁଏ ମିତ୍ର ପରି।


ଅଜ୍ଞାନ ଅନ୍ଧାରେ ରହିଥିବା ପ୍ରାଣୀ,

ପ୍ରକୃତ ପଥ ବାରେ ନପାରେ ଜାଣି।


ବିଳାସେ ବିତେ ପୁଣି କାର ଜୀବନ,

ଆହାର ବିନା କେ ଦେଖଇ ମରଣ।


ସନ୍ତାନ ଗହଣେ କେ ଖୁସି ହୁଅଇ,

ନିଃସନ୍ତାନ ଦୁଃଖେ କା ଦିନ ବିତଇ।


କାଳ ଚକେ ବନ୍ଧା କୁଳ ନନ୍ଦିଘୋଷ,

କାର ପୌଷ ମାସ କାର ସର୍ବନାଶ।


ସୁଖ ପଛେ ଦୁଃଖ ଚାଲୁଥାଏ ନିତି,

କେଡେ ବିଚିତ୍ର ସତେ ନିୟତି ଗତି।


କେତେ ଆଶା ନେଇ ତୋଳିଲା କେ ଘର,

କେତେ ଯେ କଷଣ ସହି ସେଇ ନର।


କାଳ ଚକ୍ରେ କାହୁଁ ବିପଦ ଯେ ଆସି,

ସୁନାର ସଂସାର ଚୁନା କଲା ଗ୍ରାସି।


ଜୋର ଯାର ଏଠି ମୂଲକ ତାହାର,

ନୁହଁନ୍ତି ସଂସାରେ କେହି ଯେ କାହାର।


ନିୟତିର ଖେଳ ଚାଲେ ଏଠି ଯହିଁ,

ବୁଝିବାକୁ ହେବ ତାର ମୂଲ ତହିଁ।


କୃତ କର୍ମ ଫଳ ଭୋଗୁଥିବ ଧନ,

ନିୟତିର ହାତେ ଦଣ୍ଡ ଆଉ ମାନ।


ଏଇଠି ନରକ ଏଇଠି ସରଗ,

କର୍ମ ଫଳେ ଅଛି ବିଭେଦ ବରଗ।


ଅରକ୍ଷିତକୁ ସେ ଦଇବଟି ସାହା,

ଭଲ କର୍ମେ ଯଦି ଥିବ ତାର ରାହା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract