ଜହ୍ନ
ଜହ୍ନ
ଜହ୍ନ ର ଜୋଛନା ଆଲୋକ ବିତରି
ଧରା କରେ ଆଲୋକିତ
ପ୍ରେମର ପୁଲକ ବାହି ଦେଇଥାଏ
ମେଘ ସାଥେ ଗାଇ ଗୀତ ।
ଶରତ ଆକାଶେ ପୁନେଇଁ ଚନ୍ଦ୍ରମା
ଭାରି ମନଲୋଭା ଦିଶେ
ନଈ କୂଳେ କୂଳେ କାଶତଣ୍ତି ଦେହେ
ମନ ଖୋଲି ପୁଣି ହସେ ।
ବସୁଧା ବକ୍ଷରେ ଚନ୍ଦ୍ରମା କିରଣ
ଅମୃତ ସମାନ ଲାଗେ
ଅନ୍ଧାର ରାତିରେ ସାରା ଜଗତକୁ
ବାଟ କଢାଏ ସେ ଆଗେ ।
ପ୍ରୀତି ଦୁନିଆରେ ଜହ୍ନ ସବୁଦିନେ
ମଧୁଝରା ମଧୁଗୀତି
ମନ ମୋହିନିଏ ମୋହିନୀ ରୂପରେ
ପାହି ଯାଏ କେତେ ରାତି ।
ଜହ୍ନ ରାଇଜର କାହାଣୀ ଶୁଣିତ
ଛୋଟରୁ ହୋଇଛେ ବଡ଼
ଜହ୍ନ ମାମୁଁ ଗପ ମାଆ ପାଶେ ଶୁଣି
ଶୋଇ ବଦଳିଛେ କଡ଼ ।
ଯୁଗ ବଦଳିଛି ଭାବ ବଦଳିଛି
ତଥାପି ଜହ୍ନଠି ପ୍ରେମ
ତାକୁ ଦେଖି ଦେଲେ ସ୍ପନ୍ଦିତ ଏ ମନ
କାଲି ଆଜି ସବୁଦିନ ।

