STORYMIRROR

Krushna Chandra Lenka

Abstract Drama Inspirational

4  

Krushna Chandra Lenka

Abstract Drama Inspirational

ଶିଶୁ ଶ୍ରମିକ

ଶିଶୁ ଶ୍ରମିକ

1 min
476

ଏତେ ଛୋଟ ତାର ବୟସେ କାହିଁ ହୁଏ ଶ୍ରମିକ,

ଟିକି ହାତେ ବହି କଲମ ଛାଡି ଯାଏ ନରକ।


ଛୋଟ ଏକ ମାଟି ପିଣ୍ଡୁଳା ପରି ଯେ'ଥିଲା ଦିନେ,

ଆଜ ସେତ ଶିଶୁ ଶ୍ରମିକ ହୁଏ କାହିଁ ଭୁବନେ ।


କେତେ ଆଶା ବାନ୍ଧିଥିଲା ସେ ତାର ଏଇ ଜୀବନେ,

ସବୁ ଆଶା ହେଲା ନିରାଶା ଭାଳି ନଥିଲା ମନେ ।


ଏତେ ଛୋଟ ହାତେ ନିଇତି କରେ ଅସାଧ୍ୟ କାମ,

ନାହିଁ ତିଳେ ତାର ଶକତି ନାହିଁ ତିଳେ ବିରାମ।


କୋଟି କୋଟି ଶିଶୁ ଏ'ବିଶ୍ୱେ ନିତି ହ୍ୱନ୍ତି ଶୋଷଣ,

ପେଟ ପାଇଁ ନାଟ କରନ୍ତି ପାଇ କେତେ କଷଣ ।


ଦୀନ ଗୃହେ ହୋଇ ଜନମ ତାର କି ଅବା ଦୋଷ,

ପରିବାର ବୋଝ ପାଇଁ ସେ ନିତି ଭୋଗୁଚି କ୍ଳେଶ।


ତାର ଏଇ କୁନି ବୟସେ କେତେ କେତେ ଯେ' ବିଶ୍ୱେ,

ହସି ଖେଳି ନାଚି ପଢ଼ନ୍ତି ଆଶା ନେଇ ଭବିଷେ।


ମାତ୍ର ସେଇ କାଳେ ଏ'ଶିଶୁ ବାନ୍ଧି ବସ୍ତାନୀ ଡୋର,

ପରିବାର ଦୁଃଖ ବିନାଶି ଚଳାଏ ତାର ଘର।


କେତେ କେତେ ଏଠି ଯୋଜନା ହୁଏ ଗରିବ ପାଇଁ,

ମାତ୍ର କାହୁଁ ତାର ସୁଫଳ ତିଳେ ମିଳଇ କାହିଁ ।


ଶିକ୍ଷା, ନିରାପତ୍ତା ସହିତେ ବଞ୍ଚିବା ଅଧିକାର,

ସବୁ ନୀତି ଥାଇ ତା'ପାଇଁ କାହିଁ ଏ ଅବିଚାର ।


ଧନ୍ୟ ଆହେ ସଭ୍ୟ ସମାଜ ଧନ୍ୟ ଶିକ୍ଷିତ ନର,

ବିଦ୍ୟା ବୁଦ୍ଧି ଥାଇ ସଂସାରେ ତୋର ଏଇ ବିଚାର ।


ବର ଜୀବ ଭାଳି ଗଢ଼ିଚି ପରା ତତେ ଈଶ୍ୱର,

ତୋର ପାଶେ ବୁଦ୍ଧି ବିଚାର ଥାଇ କି ଯଶ ନର ।


ଆଖି ଆଗେ ତୋର ହୁଅଇ ଗଢ଼ା ଶିଶୁ ଶ୍ରମିକ,

ସ୍ୱାର୍ଥ ପାଇଁ ରହୁ ମଉନ ତୋର ଏଇ ବିବେକ ।


ଯେବେ ଶିଶୁ ଫେରି ପାଇବ ବିଶ୍ୱେ ତା ଅଧିକାର,

ତେବେ ଜାଣ ମର୍ତ୍ତ୍ୟେ ସାର୍ଥକ ହେବ ଜୀବନ ତାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract