STORYMIRROR

kamal kumar dash

Drama Romance Fantasy

4  

kamal kumar dash

Drama Romance Fantasy

ପ୍ରଶ୍ନ

ପ୍ରଶ୍ନ

1 min
333


ଆଜି ମୋ ଆଗରେ          ଅନେକ ସେ ପ୍ରଶ୍ନ 

         ମୋର କବିତାକୁ ନେଇ

ପଚାରନ୍ତି ସବୁ             କହିବାକୁ ଥରେ  

        କବିତା ମୋ କାହା ପାଇଁ  (୧)


ମୋ ପ୍ରେମ କବିତା          ନାୟିକା କିଏସେ   

           କେଉଁଠି ତାହାର ଘର  

କାହିଁକି ଲେଖେ ମୁଁ          ତା ଉପରେ ଏତେ 

          କାହିଁ ସିଏ ଆପଣାର (୨)


ଉତ୍ତରରେ ଖାଲି             ଏତିକି  କହିବି 

         କବିତା ପ୍ରେମିକl  ମୋର 

ଭଲ ପାଏ ତାକୁ                ଅନେକ ଦିନରୁ 

          ସାଥୀ  ସେ ଗଲା ଦିନର (୩)


ସାଥି ସେତ ମୋର             ସୁଖର ଦୁଃଖର 

          ଆପଣାର ଲୋକ ଟିଏ 

ଦୁଃଖର ଦିନରେ              ପାଖରେ ବସିକି 

          ଆଖି ଲୁହ ପୋଛି ଯାଏ (୪)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama