ପ୍ରଶ୍ନ
ପ୍ରଶ୍ନ
1 min
332
ଆଜି ମୋ ଆଗରେ ଅନେକ ସେ ପ୍ରଶ୍ନ
ମୋର କବିତାକୁ ନେଇ
ପଚାରନ୍ତି ସବୁ କହିବାକୁ ଥରେ
କବିତା ମୋ କାହା ପାଇଁ (୧)
ମୋ ପ୍ରେମ କବିତା ନାୟିକା କିଏସେ
କେଉଁଠି ତାହାର ଘର
କାହିଁକି ଲେଖେ ମୁଁ ତା ଉପରେ ଏତେ
କାହିଁ ସିଏ ଆପଣାର (୨)
ଉତ୍ତରରେ ଖାଲି ଏତିକି କହିବି
କବିତା ପ୍ରେମିକl ମୋର
ଭଲ ପାଏ ତାକୁ ଅନେକ ଦିନରୁ
ସାଥୀ ସେ ଗଲା ଦିନର (୩)
ସାଥି ସେତ ମୋର ସୁଖର ଦୁଃଖର
ଆପଣାର ଲୋକ ଟିଏ
ଦୁଃଖର ଦିନରେ ପାଖରେ ବସିକି
ଆଖି ଲୁହ ପୋଛି ଯାଏ (୪)