STORYMIRROR

Prasanna kumar sahu

Drama Inspirational

4  

Prasanna kumar sahu

Drama Inspirational

ହୋଲି

ହୋଲି

1 min
211

ରଙ୍ଗର ପରବ

ଅଟଇ ଯେ ହୋଲି

ଭାଇ ଚାରାର ଏ ପର୍ବ,

ଆସନ୍ତୁ ସଭିଏଁ

ପାଳିବା ଏହାକୁ

ମନରେ ବହିଣ ଗର୍ବ।


ଜାତି ଭେଦ ବୋଲି

କିଛି ଯେ ନଥାଏ

ସଭିଏଁ ସମାନ ହୋଇ,

ରଙ୍ଗର ପରବ

ହୋଲି ଖେଳି ଥାନ୍ତି

ମନରେ ଆନନ୍ଦ ହୋଇ।


ହିନ୍ଦୁ ମୁସିଲିମ

ଶିଖ ଓ ଇସାଇ

ସଭିଏଁ ହୁଅନ୍ତି ଏକ,

ହୋଲି ର ପରବ

ପାଳି ଥାନ୍ତି ସବୁ

ସେହି ଦିନ ଭାଇ ଦେଖ।


ମିଠା ଖୁଆଇଣ

ଏକ ଯେ ଆନକୁ

ରଙ୍ଗ ବୋଳି ଦେଇଥାନ୍ତି,

ରଙ୍ଗ ବେରଙ୍ଗ ଯେ

ହୋଇଣ ସଭିଏଁ

ଏକା ସାଥେ ବୁଲି ଥାନ୍ତି।


ଜମା ପଟା ସବୁ

ରଙ୍ଗ ହୋଇଯାଏ

ଖାତର ନଥାଏ ତିଳେ,

ରଙ୍ଗ ବୋଳି ହୋଇ

ବୁଲନ୍ତି ସଭିଏଁ

ବିଭିନ୍ନ ଜାତିଙ୍କ ମେଳେ।


ଯଇନ ହେଉ କି

ଅବା ବୌଦ୍ଧ ହେଉ

ସଭିଏଁ ମଣିଷ ଜାତି,

ହୋଲି ପରବର

ଏହି ଯେ ବାରତା

ସମାନତା ତାର ଶକ୍ତି।


Rate this content
Log in

Similar oriya poem from Drama