STORYMIRROR

Debabrata Mishra

Drama Action Fantasy

4  

Debabrata Mishra

Drama Action Fantasy

ଦେହର ମନ

ଦେହର ମନ

1 min
420

ଦେହର ବି ଗୋଟେ ମନ ଅଛି

ଆଉ ମନର ବି ଅଛି ଗୋଟେ ଶରୀର

ଦେହର ମନ ମନକୁ ଖୋଜୁଛି 

ମନର ଦେହ ଦେହର ସନ୍ଧାନେ

ସୁଖ ମୁହୁର୍ତ୍ତର ଘରଟିଏ କରିବାକୁ, 

କିନ୍ତୁ ଏ କ'ଣ ଦେହ ପାଉଛି ସୁନ୍ଦର ମନ

ଆଉ ମନର ଭାଗ୍ୟରେ ଜୁଟୁଛି ପବିତ୍ର ଦେହଟେ ।


ମରୁଭୂମିରେ ହେଉଛି ପ୍ରବଳ ଶୋଷ

ପୂର୍ଣ୍ଣଗଭା ନଦୀକୂଳେ ଜଳ ମିଳୁଛି ଅନାୟାସରେ

ଶୋଷ ଯେତେ ମରିଗଲାପରେ, 

ଜଣେ ଖୋଜୁଛି ଚଉରାମୂଳ ସଞ୍ଜସଳିତା

ଆଉ ପ୍ରାତଃକାଳ ମୁଣ୍ଡେ ଓଢ଼ଣାର ମଣିଷଟିଏ

ପ୍ରାପ୍ତ ହୁଏ ଜୀବନେ ତା'ର

ଆତ୍ମନିର୍ଭରଶୀଳ ସ୍ୱେଛାଚାରୀ ମନଟିଏ ।


ପରିବାରକୁ ଈଶ୍ବର ଘରକୁ ମନ୍ଦିର କରିବ

ପତିକୁ ମଣି ପରମେଶ୍ୱର ଗଢିବ ସୁନା ସଂସାର

କିନ୍ତୁ ପାଉଛି କ'ଣ ସେ

ଘରକୁ ହୋଟେଲ ଭାବୁଥିବା ମଣିଷଟେ

ଯେତେ ଦରକାର ସେତେ ଟଙ୍କା ଦେଉଥିବା ଯନ୍ତ୍ରଟିଏ

ପ୍ରତିଦିନ ଆଇନା ଆଗରେ 

ଲୁହରେ ଆଇନାକୁ ପୋଛି ସଫା କରୁଛି

ମନ ମନକୁ ପାଉନି

ଦେହ ଦେହକୁ ଖୋଜୁନି ସବୁ ବିପରୀତ

ଏହା ହିଁ ତ ଜୀବନ ସଂଘର୍ଷ ର ପାଠ

ପାଠ ତ ପଠିବାକୁ ବାଧ୍ଯ

ସମସ୍ତେ ଆମେ ସମାଜ ବିଦ୍ୟାଳୟର ଆଦ୍ଯ ଛାତ୍ର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama