ଗରିବ ପୁଅକୁ କରୁଛି ପ୍ରେମ
ଗରିବ ପୁଅକୁ କରୁଛି ପ୍ରେମ
ଧନୀ ଲୋକ ଘର ଝିଅ ମୁଉଁ,
ଗରିବ ଘରର ପୁଅ ତୁଉ ।
ପ୍ରେମ କଲେ ପରସ୍ପରକୁ,
ଯେପରି କେଦାର ଗୌରୀକୁ l
ପ୍ରେମକୁ ବାଧା ଦେଲା ମୋ ବୋଉ
ମୁଁ କାହାକୁ କହିବି ଯେ ଆଉ ।
ଅଧା ରହିଗଲା ଆମ ପ୍ରେମ,
ଆମ ନାଁ ହେଲା ବଦନାମ |
କେତେ ମାଡ଼ ଗାଳି ଖାଇଲି,
ସବୁଦିନ ପାଇଁ ବନ୍ଦୀ ହେଲି |
କହି ପିଟନ୍ତି କିଆଁ ଭଲପାଉ
ସେ ଗରିବ ପିଲାର ବଡ ଭାଉ l
ମରିଲେ ମାର ମୋତେ ଯେତେ,
ଭଲ ପାଉଥିବି ତାକୁ ସେତେ l
ପ୍ରକୃତ ପ୍ରେମ ମୁହିଁ କରୁଛି,
ବାହା ହେବାକୁ ରାଣ ଖାଇଛି l
ତୁମ ହାତରେ ମୋ ପ୍ରାଣ ଯାଉ,
ନିଶ୍ଚେ ବାହା ହେବି ତାକୁ ମୁଁଉ l
ପ୍ରେମ ଆମର ଅଟେ ଅମର,
ମରିବାକୁ ନାହିଁ ଜମା ଡର l
ରହିଛି ରହିବି ତାଙ୍କ ପାଇଁ,
ନ ହେଲେ ଲୁଚି ଯିବି ପଳାଇ l
ଶେଷ କଥା ମୁଁ କହୁଛି ବୋଉ,
ଆଶିଷ ତୁମ ଆମକୁ ଥାଉ l