ତୋ ପ୍ରେମ
ତୋ ପ୍ରେମ
କଲା ପାଗଳ ମୋତେ
ତୋ ପ୍ରେମ
ତୋ ରୂପ ଯଉବନ
ମୋତେ କଲା ଭ୍ରମ
ହିତାହିତ ଜ୍ଞାନ ଭୁଲି
ସୀମା ସରହଦ ଠେଲି
ଭ୍ରମିଲି ମୁଁ ମୋ ଜୀବନ ନନ୍ଦନକାନନ
ଜ୍ଞାନ ହେଲା ହୀନ ଧ୍ୟାନ ହେଲା ହୀନ
ନ ବୁଝିଲି ମୁଁ କର୍ମ ଅକର୍ମ
କଲା ପାଗଳ ତୋ ପ୍ରେମ ।
ସୁଖର ସଂସାର ଗଢିଲି
ପିଲା ଛୁଆଙ୍କ ମାୟାରେ ପଡିଲି
ଜୀବନକୁ ଭଲରେ ପଢିଲି
ସୁନ୍ଦର ପରିବାର ଟିଏ ଗଢିଲି
ହେଲେ ସତ୍ୟ ନ୍ୟାୟ
ମୋତେ କଲେ ଭ୍ରମ
ହୃଦୟ ବେଦନା ମୋ'ର
ବାରବାର ଚେତେଇଲା
ମୋତେ ପ୍ରେମ ଧର୍ମ
ସତେ କି ପ୍ରେମିକାର ପ୍ରେମ
କଲା ମୋ ମତିକୁ ଭ୍ରମ
ସତେ ପାଗଳ କଲା ମୋତେ ତୋ ପ୍ରେମ ।
ବାସହରା ହସହରା ଜୀବନେ
ଏବେ ବି ଦେଖୁଛି ତୋ ରୂପ ଯୌବନ
ସୀମା ହୀନ ଦରିଆର ତୁ ମୋ ରଙ୍ଗୀନ୍ ସ୍ଵପ୍ନ
ପ୍ରିୟା ତୁହି ତୁ କି ଜାଣିବୁ ମୋ ମନର ବେଦନା
ହସ କାନ୍ଦ ଦୁନିଆଁ ର ତୁ ମୋ ସ୍ଵପ୍ନିଳ ଜ୍ୟୋସ୍ନା
କିଏ କୁହେ ମୋତେ
ବୁଦ୍ଧି ବିବେକ ମୋ ହୋଇଛି ବାମ
ସତେ ପାଗଳ କରିଛି ମୋତେ ତୋ ପ୍ରେମ ।
ରୂପ ଯୌବନେ ଭରା ତୋ ଶରୀର
ସେ ପାଇଁ ତୋ ଚତୁର୍ପାଶ୍ଵେ
ଭ୍ରମୁ ଥିଲେ କେତେ ଯେ ଭ୍ରମର
ତୋ ତ୍ୟେଜିଥିଲି ମୋ ନିଦ୍ରା ଓ ଆହାର
ସତେ କି ମୋ ପ୍ରେମେ ତୁ ପକାଇଥିଲୁ ପ୍ରହାର
ଆଜି ବି ଝୁରେ ତୋତେ
ତୋ ପ୍ରେମ ପାଇଁ ହୋଇ
ସତେ କି ପାଗଳ ଭ୍ରମର ।
ତୋ ପ୍ରେମ ର ନିଶା
ହଜାଇଲା ମୋ ଜୀବନର ଦିଶା
ତୋ ପାଇଁ ହେଲି କେତେ ଲୋକ ହସା
ତୁ ଯେ ଅଟୁ ମୋ ଜୀବନର ଧର୍ମ ଓ କର୍ମ
ସକଳ ଶକ୍ତିର ଆଧାର ତୁହି ତୁ ମୋ
ଜନ୍ମ ଜନ୍ମାନ୍ତରର ଅଭୁଲା ପ୍ରେମ
କି କୁହୁକ ମନ୍ତ୍ରେ ମନ୍ତ୍ରିତ ତୋ
ସେ ସ୍ଵର୍ଗୀୟ ପ୍ରେମ ?

