STORYMIRROR

subrat kumar jena

Drama Romance

3  

subrat kumar jena

Drama Romance

ପ୍ରତୀକ୍ଷିତ ନାୟକ

ପ୍ରତୀକ୍ଷିତ ନାୟକ

1 min
367


କାହିଁକି ତୁମର ଏତେ ନା ପରେବି,

ମୁଁ ଅଟକାଇ ରଖିପାରେନି ନିଜକୁ,

ବାରମ୍ବାର ଇଚ୍ଛା ହୁଏ ଧାଇଁ ଜିବାକୁ,

ତୁମ ପାଖକୁ,

ଜାଣେ ବୁଝେ ତଥାପି,

ବୁଝି ଅବୁଝା ହେବାକୁ ଭଲ ଲାଗେ ତୁମଠି,

ତୁମେ ଯେ ନିଶ୍ୱ, ତୁମେ..ତୁମେ ଯେ ବନ୍ଦିନୀ,

ଆଉ କାହାର ସିନ୍ଦୁର ପାଖରେ,

ହେଲେ ମୁଁ କଣ କରିବି କହିଲ ସାଥି,

ତୁମେନା ସବୁଦିନ ଆସୁଛ ମୋ ସ୍ୱପ୍ନରେ,

ଖାଲି ଆସୁନାତ !

ନିମିଷକେ ଅସ୍ତବ୍ୟସ୍ତ କରିଦେଉଛ ମୋ ଭାବନାର ସାମ୍ରାଜ୍ୟକୁ,

ଆଜି ଅନେକଙ୍କ ମୁହଁରେ ମୋର ଅନ୍ୟ ଗୋଟେ ନାମ,

ପା.. ପା.. ମନେ ପାଗଳ !

ହା..ହା..ହା..ହା....

ହଉ ହେଲା ତୁମେ ନାହିଁଲ ନାହିଁ,

ଅନ୍ତତଃ ତୁମ ଲାଗି ପାଗଳ ହେବାର ସୌଭାଗ୍ୟ ଯେ,

ହଁ ଜାଣ ଆଜି କାଲିନା ମୁଁ ସବୁ ଦେଖେ,

ସମସ୍ତଙ୍କୁ ଶୁଣେ ଚୁପ୍ ଚାପ,

ଧେତ୍... ଯିଏ ଯାହା କହୁଛନ୍ତି କୁହନ୍ତୁ,

ସେଥିରେ ମୋର କଣ ଯାଏ,

ମୁଁ ତ ଜାଣେ ମୁଁ ଗୋଟେ ନୀରବ ପ୍ରେମିକ,

ଏମିତି ପଡି ରହିଛି ପ୍ରେମ ପ୍ରତାରଣାରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama