STORYMIRROR

subrat kumar jena

Drama

3  

subrat kumar jena

Drama

ଯେବେ ମନ ଜଳେ

ଯେବେ ମନ ଜଳେ

1 min
399

ଯେବେ ମନ ଜଳେ,

ଧୂଆଁ ଉଠେ ସ୍ମୃତିର ପାଉଁଶ ତଳେ,

ବାରମ୍ବାର ଚେଷ୍ଟାକରି ହାରିଯାଏ,

ଲିଭାଇବାକୁ ସେ ନିଆଁକୁ,

ବିଚରା ନିରୀହ ଆଖି ହଳେ,

ସମସ୍ତେ କୁହନ୍ତି,

ଟାହି ଟାପରାରେ ପଦେ ଅଧେ,

ନିଶ ପାଣିରେ କି ତୃଷ୍ଣାରୁ ମୁକ୍ତି ମିଳେ,

ହେଲେ ବୁଝିଲା ଲୋକେ ବୁଝନ୍ତି,

କେମିତି ଏ ମନ ଜଳେ !


ଫଗୁଣ ଆସେ କେତେ ସରସେ,

ମନେ ମନେ କେତେ ଫୁଲ ବରସେ,

ପଳାଶର ଲାଲିମାରେ କିନ୍ତୁ ଭରେ ଦୁଃଖ,

କିଏ କହେ ସମାନ ନୁହଁ କୃଷ୍ଣଚୂଡ଼ା ସହ,

କିଏ କହେ ଧୃଷ୍ଟତା ଆକାଶକୁ ରଙ୍ଗାଇବାର,

ତା ମନ ବି ଜଳେ,

ନୀରବରେ ଜଳି ଫାଟି ହୁଏ ବିକ୍ଷିପ୍ତ,

ଝଡିପଡ଼େ ବିଚାରି ଶେଫାଳି ପରି ଭାଗ୍ୟକୁ ଆଦରି,

ତଥାପି ଲୋକେ କୁହନ୍ତି,

କେମିତି ଏ ମନ ଜଳେ !


ଭରାଥିଲା ସେଦିନ ବି ସଭା,

ଅନେକ ସମ୍ଭ୍ରାନ୍ତ, ଧର୍ମାବନ୍ତ ମନଙ୍କ ଗହଣ ,

ଏକାଠି ଥିଲେ ପାଞ୍ଚ ମନ ପଚିଶ ପ୍ରକୃତି,

ହାରିଥିଲେ ପାଣ୍ଡବ,

କାନ୍ଦିଥିଲେ ପାଂଚାଳି ନିରାଶ୍ରୟୀ ହୋଇ,

କିଛି ମନ ସେଠି ଥିଲେ କ୍ଷମତା ଲିପ୍ସୁ,

କିଛି ମନ କିଂକର୍ତବ୍ୟମୁଢ,

କିଛି ମନ ଅନ୍ଧ ସମ୍ପର୍କର ବନ୍ଧନରେ ବନ୍ଧା,

ସେଠି ବି ମନ ଜଳିଥିଲା,

ହେଲେ ହିସାବ ନଥିଲା ମନର ସଂଖ୍ୟାକୁ,

ଆଉ ପରିଣାମ !

କେହି ପଚାରିନଥିଲେ ସେଦିନ,

କେମିତି ଏ ମନ ଜଳେ ।।।।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama