ସଂଖ୍ୟାରେ ଗୀତ (71--80)
ସଂଖ୍ୟାରେ ଗୀତ (71--80)
ସାତ ଦଶ ଏକ ଏକସ୍ତରୀ,
ପାଠ ପଢ଼ୁଛୁ ପରା ତୁ କସ୍ତୁରୀ l
ସାତ ଦଶ ଦୁଇ ବାସ୍ତରୀ,
କେତେରେ କେତେ କହ ସତୁରୀ l
ସାତ ଦଶ ତିନି ତେସ୍ତରୀ,
ଉତ୍ତର କହ ତୁ ନ ଡରି l
ସାତ ଦଶ ଚାରି ଚଉ ସ୍ତରୀ,
ପାଟି ଫିଟୁନି କିଆଁ ତୋହରି l
ସାତ ଦଶ ପାଞ୍ଚ ପଞ୍ଚ ସ୍ତରୀ,
ଗୋଧୁଣି ବିଷ ଖାଆ ତୁ ମରି l
ସାତ ଦଶ ଛଅ ଛଅସ୍ତରୀ ,
ବାପାଙ୍କୁ କହିବି ଡାକି କରି l
ସାତ ଦଶ ସାତ ସତସ୍ତରୀ,
ଅଳି କରୁନୁ ତୁ କାନ୍ଦି କରି l
ସାତ ଦଶ ଆଠ ଅଠ ସ୍ତରୀ,
ଦେଖିନି ଗୋଧୁଣି ମୁଁ ତୋ ପରି l
ସାତ ଦଶ ନଅ ଅଣାଅଶୀ,
ଗୋଟେ ଚାପୁଡ଼ା ଦେବି କଷି l
ଆଠ ଦଶ ଶୂନ ଅଶୀ,
ଆଉ ନାକରେ କାନ୍ଦ ନା' ବେଶୀ l