STORYMIRROR

ବି. ନିରୁପମା

Abstract Drama

5.0  

ବି. ନିରୁପମା

Abstract Drama

ତତେ ଖୋଜି ଗଲା ବେଳ

ତତେ ଖୋଜି ଗଲା ବେଳ

1 min
14.7K



କଥାଥିଲା ତୋର-ମୋର ଖେଳ ହେଲେ

କରିବୁ ନାହିଁ ତୁ ଛଳ ,

ମୁଁ ଲୁଚିଲି ଯେବେ ସହଜେ ପାଇଲୁ

ତତେ ଖୋଜି ଗଲା ବେଳ ।

କେଉଁଠି ଅଛୁ ତୁ ଆ'...ଆ...

ନୋହିଲେ ମୁଁ ଆମ ଘରକୁ ଯାଉଛି

ଡାକିଲାଣି ତେଣେ ମାଆ ।(୦)


ମୁଁ-ତୋର କଥାରେ ରାଜିହେଲି ସିନା-

ମନଟା ମୋହର କରୁଥିଲା ମନା ,

କେତେ ବାଗ ତୁହି ଜାଣିଛୁରେ କାହ୍ନା

ଖୋଜି ଥକିଲିଣି ଯାହା ।(୧)


କେଉଁଠି ଅଛୁ ତୁ ଆ'...ଆ...

ନୋହିଲେ ମୁଁ ଆମ ଘରକୁ ଯାଉଛି

ଡାକିଲାଣି ତେଣେ ମାଆ ।


ତୋଅ ମାଆ ସିନା ଦିଏ ସରପୁଳି-

ଉଛୁର ହେଲେ ମୋ ମାଆ ଦେବ ଗାଳି,

ତୋ ସାଥେ ମିଶିଲେ ଘରେ ନିତି କଳି

ଯେଉଁଠି ଥିଲେ ତୁ ଥାଆ ।(୨)


ଆସିବୁ ଯଦିରେ ଆ'...ଆ...

ନୋହିଲେ ମୁଁ ଆମ ଘରକୁ ଯାଉଛି

ଡାକିଲାଣି ତେଣେ ମାଆ ।


କଥାଥିଲା ତୋର-ମୋର ଖେଳ ହେଲେ

କରିବୁ ନାହିଁ ତୁ ଛଳ,

ମୁଁ ଲୁଚିଲି ଯେବେ ସହଜେ ପାଇଲୁ

ତତେ ଖୋଜି ଗଲା ବେଳ ।

କେଉଁଠି ଅଛୁ ତୁ ଆ'...ଆ...

ନୋହିଲେ ମୁଁ ଆମ ଘରକୁ ଯାଉଛି

ଡାକିଲାଣି ତେଣେ ମାଆ ।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Abstract