Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Drama Romance

5.0  

ବି. ନିରୁପମା

Drama Romance

ଚାହିଁଦେଖ ତୁମେ ଅଛ

ଚାହିଁଦେଖ ତୁମେ ଅଛ

1 min
448



ମୋଅରି ଭିତରେ ତୁମେ ଅଛ ରାଧେ

ପରତେ ହେଉନି ଯଦି ,

ଚାହିଁଦେଖ ଏବେ ଏ ଶରୀର ସାରା

ତୁମେ ଯାଇଅଛ ଭେଦି ।

ସବୁକିଛି ରାଧା-ରାଧା....

ମାନମୟୀ ତୁମ ମାନ ପରିହର

ନାଶକର ମନୁ ବାଧା ।


ତୁମ ମାନ ମୁହିଁ ନାଶିବା ପାଇଁକି

ଧରିଅଛି କେତେ ବେଶ ,

କେଳା, ନାପିତୁଣୀ, କାଚରା, ମାଲୁଣି

କହିଲେ ହେବନି ଶେଷ ।

ଯୋଗୀ ସାଜି ଧରି ଝୁଲି....

ତୁମ ହୃଦୟକୁ ଜିତିବା ପାଇଁକି

କେତେ ଯେ ଉପାୟ କଲି ।


ଦୁନିଆ ଯାକର କଥା ବୁଝି ବୁଝି

ଯାଇଥାଏ ଯେବେ ଥକି ,

ସେଇ ଶ୍ରମ ପରା ଲାଘବ କରେ ମୁଁ

ତୁମ ଚାରୁମୁଖ ଦେଖି ।

ଶୁଣାକଥା ସବୁ ମିଛ....

ଦେହ,ମନ,ପ୍ରାଣ ସବୁଠାରେ ସଖି

ଚାହିଁଦେଖ ତୁମେ ଅଛ ।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in