ଏତେ କଥା ତା'ର ମନେଥିଲା
ଏତେ କଥା ତା'ର ମନେଥିଲା
ବକଟେ ପିଲା,ସେ ଏ କି କଲା-
ଏତେ କଥା ତା'ର ମନେ ଥିଲା ,
ସାଥୀ ମେଳେ ସେ ତ ଲୁଚି-ଛପି ଆସି
ମୋ-ଲହୁଣୀ ମାଠିଆ ଭାଙ୍ଗିଦେଲା ।(୦)
ହେଇ ଧର ଧର ଚୋର ବୋଲି -
ଯେବେ-ମୁଁ ଉଚ୍ଚରେ ପାଟି କଲି ,
ଓଢ଼ଣୀକୁ ମୋର ଟାଣି ଗଲା ଚାଲି
ଲେଉଟି ପୁଣି ଖତେଇ ହେଲା ।(୧)
ମୋ-ଲହୁଣୀ ମାଠିଆ ଭାଙ୍ଗି ଦେଲା..
ବକଟେ ପିଲା, ସେ ଏ କି କଲା-
ଏତେ କଥା ତା'ର ମନେ ଥିଲା ,
ସାଥୀ ମେଳେ ସେ ତ ଲୁଚି-ଛପି ଆସି
ମୋ-ଲହୁଣୀ ମାଠିଆ ଭାଙ୍ଗିଦେଲା ।
ଏଡ଼ିକି ବକଟେ ପିଲା ସିଏ-
ଆକଟ କରିବ ତାକୁ କିଏ !
ଯଶୋଦା ଆଗରେ କହିଲା ତ ଯିଏ
ମହତ ତାହାର ସାରିଦେଲା ।(୨)
ମୋ-ଲହୁଣୀ ମାଠିଆ ଭାଙ୍ଗିଦେଲା ।
ବକଟେ ପିଲା ସେ ଏ କି କଲା -
ଏତେ କଥା ତା'ର ମନେ ଥିଲା ,
ସାଥୀ ମେଳେ ସେ ତ ଲୁଚି-ଛପି ଆସି
ମୋ-ଲହୁଣୀ ମାଠିଆ ଭାଙ୍ଗିଦେଲା ।
ବକଟେ ପିଲା ,ସେ ଏ କି କଲା....
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।