Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Drama Tragedy

5.0  

ବି. ନିରୁପମା

Action Drama Tragedy

ଆରାଧନା କରୁଅଛି

ଆରାଧନା କରୁଅଛି

1 min
246


ଆଉ କେତେ କାଳ ତୁମରି ପ୍ରତୀକ୍ଷା

କରିବି ହେ ପ୍ରାଣସଖା ,

ମୋ ସାଧନା-ଫଳ ପ୍ରାପତ ହୋଇବ

ମିଳିବ ତୁମରି ଦେଖା --।


ମୋ ପ୍ରତି ତୁମର-ସୁଦୟା ହେବ ;

ଜିଣି କୋଟି ରବି,ସେ ଅପୂର୍ବ ଛବି

ମୋର ଏହି ଚର୍ମନେତ୍ର ଦେଖିବ ।

ମୋ ପ୍ରତି ତୁମର-ସୁଦୟା ହେବ... ।


ବହୁକାଳୁ ତୁମ ଦରଶନ ଆଶେ

ଆରାଧନା କରୁଅଛି ,

ଭକ୍ତି ଭାବେ ମଜି ତୁମ ଚିନ୍ତନରେ

ଦିବା,ନିଶି ସାରୁଅଛି ।


ପ୍ରତିକ୍ଷଣ ପରା-ରହିଛି ଛାହିଁ;

ବଶ ହୋଇ ଭାବେ,ମୋହ ସାଥେ କେବେ

ଆସିଯିବ ସତେ ମିଳିବା ପାଇଁ ।

ପ୍ରତିକ୍ଷଣ ପରା-ରହିଛି ଚାହିଁ....


ଏଇ ଆଶା ମୋର ପୂରଣ ହୋଇବ

ତୁମ ଅନୁଗ୍ରହ ହେଲେ ,

ତୁମେ ଦୟା କଲେ ଦୁର୍ଲଭଟି ଯାହା

ସୁଲଭ୍ୟ ହୁଅଇ ଭଲେ ।


ନାହିଁ କିଛି ନାଥ-ଅପ୍ରାପ୍ତ ପରା ;

ଦେଲେ ଟିକେ ହସି,କରୁଣା ବରଷି

ଭୁଲିଯିବି ମୋର ଯାତନା ସାରା ।

ନାହିଁ କିଛି ନାଥ-ଅପ୍ରାପ୍ତ ପରା...।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Action