ସଂଖ୍ୟାରେ ଗୀତ (41-50)
ସଂଖ୍ୟାରେ ଗୀତ (41-50)
ଚାରି ଦଶ ଏକ --ଏକଚାଳସି,
କିଣିଲି ଗୋଟିଏ ଔଷଧ ଶିଶି l
ଚାରି ଦଶ ଦୁଇ --ବଶୟାଳସି,
ସେଥିରୁ ଖାଇଲି ମୁଁ ଏକୋଇଶୀ l
ଚାରି ଦଶ ତିନି --ତେୟାଳସୀ
ମିଠା ଲାଗଇ ପାଟିକୁ ବେଶୀ l
ଚାରି ଦଶ ଚାରି --ଚଉରାଳସୀ
ସତେକି ଲାଗଇ ଧଳା ରାଶି l
ଚାରି ଦଶ ପାଞ୍ଚ --ପଞ୍ଚ ଚାଳସୀ,
ଯେଉଁଆଡେ ଯାଏ ନିଏ ମୁଁ ଶିଶି l
ଚାରି ଦଶ ଛଅ --ଛୟାଳସୀ,
ଅସମୟେ ମୁଁ ଖାଇଲି ବେଶୀ l
ଚାରି ଦଶ ସlତ --ସତଚାଳଶୀ,
କୁଣ୍ଡିଆରୁ ପୁଣି ହେଲା ପୀନାସି l
ଚାରି ଦଶ ଆଠ --ଅଠ ଚାଳସୀ,
ଡ଼କ୍ଟର ଇଞ୍ଜେକ୍ସନ ଦେଲେ ଆସି l
ଚାରି ଦଶ ନଅ -- ଅଣଚାଶ,
ରୋଗରେ ପଡିଲି ମୁଁ ଦୁଇ ମାସ l
ପାଞ୍ଚ ଦଶ ଶୂନ --ପଚାଶ,
ବଞ୍ଚିଗଲି ମୁଁ ନ ହୋଇ ଶେଷ l