ସଂଖ୍ୟାରେ ଗୀତ (61- 70)
ସଂଖ୍ୟାରେ ଗୀତ (61- 70)
ଛଅ ଦଶ ଏକ ଏକଷଠି,
ସିଂହ ଦେଖିଛ କି କେଉଁଠି l
ଛଅ ଦଶ ଦୁଇ ବାଷଠି,
ସିଂହର କେତୋଟି ଆଙ୍ଗୁଠି l
ଛଅ ଦଶ ତିନି ତେଷଠି,
ଦେଖିଛୁ କେବେ ତା ଗୋଇଠି l
ଛଅ ଦଶ ଚାରି ଚଉଷଠି,
ସତ କଥା କହ ତୁ ଏଇ ଠି l
ଛଅ ଦଶ ପାଞ୍ଚ ପଞ୍ଚଷଠି,
ଚାଲ ଦେଖି ଯିବା ଏକାଠି l
ଛଅ ଦଶ ଛଅ ଛଅଷଠି,
ଭଲ କରି ଦେଖିଲୁ ତୁ ଏଠି l
ଛଅ ଦଶ ସାତ ସତ ଷଠି,
ମିଛ କହୁଥିଲୁ ତୁ ଖାଣ୍ଟି l
ଛଅ ଦଶ ଆଠ ଅଠଷଠି,
ମନ ପାଇଲା କି ତୋର ମିଠି l
ଛଅ ଦଶ ନଅ ଅଣସ୍ତରୀ,
ସିଂହ ଦେଖିଲୁ ନା କେଉଁ ପରି l
ସାତ ଦଶ ଶୂନ ସତୁରି,
ଚାଲ ଘରକୁ ଯିବା ଫେରି l