ସପନ
ସପନ
1 min
322
ସ - ସପନ ଅନେକ
ଦେଖିଛି ଜୀବନେ
ଆକାଶେ ତାରକା ପରି,
ନୀଳ ଉର୍ମିମାଳା
ସାଗର ବୁକୁରେ
ଉଠୁଥାଏ ଯେଉଁପରି l
ପ - ପଦ୍ମ ପତରରେ
ଜଳ ବିନ୍ଦୁ ସମ
ମୋ ସପନ ଢଳ ଢଳ,
ସପନ ନାୟିକା
ଖୋଜୁଛି ଜୀବନେ
ମୋର ଯେ ଫଟା କପାଳ l
ନ - ନଦୀ ପରି ନିତି
ଧାଉଁଥାଏ ଖାଲି
ମିଶିବା ପାଇଁ ସିନ୍ଧୁରେ,
ଦଇବ ଦଉଡି
କପାଳ ଲିଖନ
ରହିଗଲା ମୋ' ସ୍ୱପ୍ନରେ l