STORYMIRROR

Papu parida

Drama Classics Others

3  

Papu parida

Drama Classics Others

ମାଆଲୋ ମାଆଲୋ ତାରା ତାରିଣୀ

ମାଆଲୋ ମାଆଲୋ ତାରା ତାରିଣୀ

1 min
398

ମାଆଲୋ ମାଆଲୋ 

ପାହାଡ଼ ରାଣୀ

ଶୁଣିବୁ କେବେ ମୋ ଦୁଃଖ କାହାଣୀ

ମାଆଲୋ ମାଆଲୋ 

ତାରା ତାରିଣୀ

ଗୁହାରି ଥରୁଟେ ନେଏ ଲୋ ଶୁଣି।


ସୀତାଙ୍କର ଅଂଶ ଦୁଇ ଭଉଣୀ

ଜଣେ ତାରା ଆଉ ଜଣେ ତାରିଣୀ

କୁମାରୀ ପାହାଡ଼େ ତୁମରି ଘର

ସେଠାରେ ବସି ତୁ ଦେଖୁ ସଂସାର।


ଭକତର ଡାକ ଶୁଣୁ ତୁ ବୋଲି

ଦୁଃଖ ପସରା ଦେଉଛି ଖୋଲି।

ଜଗତ ଜାଣିଛି ତୁ କୃପାମୟୀ

ଆଖି ଲୁହ ମୋର ଦିଶୁ କି ନାହିଁ।


ମାଆଲୋ ମାଆଲୋ 

ଚିର ବନ୍ଦିନୀ

ଶୁଣିବୁ କେବେ ମୋ ଦୁଃଖ କାହାଣୀ

ମାଆଲୋ ମାଆଲୋ 

ତାରା ତାରିଣୀ

ଗୁହାରି ଥରୁଟେ ନେଏ ଲୋ ଶୁଣି।


ଅଜାଡି ଥିଲୁ ମା ତୋ କୃପାଦୃଷ୍ଟି

ମନେ ଅହଂକାର ହୋଇଲା ସୃଷ୍ଟି

ମାନିଲି ନାହିଁ ମୁଁ ଇନ୍ଦ୍ର କି ଚନ୍ଦ୍ର

ସମୟ ସାଜି ତୁ ଦେଲୁ ଉତ୍ତର।


ନାହିଁ ମୋ ପାଖରେ ମୋ ପରିବାର

ନା ଧନ ସମ୍ପତ୍ତି ନା ଅହଂକାର

ଓଳିଏ ଖାଇଲେ ଦି ଓଳି ନାହିଁ

ମାୟାର ସଂସାରେ କିଛି ତ ନାହିଁ।


ମାଆଲୋ ମାଆଲୋ 

ଦୁଃଖନାଶିନୀ

ଶୁଣିବୁ କେବେ ମୋ ଦୁଃଖ କାହାଣୀ

ମାଆଲୋ ମାଆଲୋ 

ତାରା ତାରିଣୀ

ଗୁହାରି ଥରୁଟେ ନେଏ ଲୋ ଶୁଣି।


କୃପାମୟୀ ମାଆ ଦେଏ ଲୋ କ୍ଷମା

ଜୀବନ ଯନ୍ତ୍ରଣା ଟିକିଏ କମା।

ସତ୍ୟସେବକ ମୁଁ ସାଜିବି ତୋର

ସେବାରେ ସରିବ ଜୀବନ ମୋର।


ଉଲ୍ଲାସର ମାଆ ତୁ ଉଲ୍ଲାସିନୀ

ଭକ୍ତର କଷ୍ଟ ତୁ ସହି ପାରୁନି।

ସେଥିଲାଗି ପୁଣି ହୋଇଲୁ ସାହା

ବଞ୍ଚିବାର ଦେଲୁ ନୂତନ ରାହା।


ମାଆଲୋ ମାଆଲୋ 

ହେ ତପସ୍ୱିନୀ

ରହିଛି ରହିବି ତୋ ଠାରେ ରୁଣୀ।

ମାଆଲୋ ମାଆଲୋ 

ତାରା ତାରିଣୀ

ଧନ୍ୟ ହେଲି ମାଆ ବ୍ରହ୍ମାନନ୍ଦିନୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama