ଆସ ସଭିଏଁ ହସିବା
ଆସ ସଭିଏଁ ହସିବା
ନିଶ୍ୱାସକୁ ପରା ବିଶ୍ୱାସ ନାହିଁହେ
କେବେ ହୋଇଯିବ ଶେଷ
ସ୍ନେହ ମମତାକୁ ଆପଣାର କରି
ମୁଖେ ଫୁଟାଇବା ହସ ।
ଆଖି ବୁଜିଦେଲେ ସବୁତ ଅନ୍ଧାର
ପାଦ ଯାଏନି ଆଗକୁ
ମିଛଟାରେ କାହିଁ ହିଂସା, କ୍ରୋଧ ଧରି
ବୋହିବା ଏ ଜୀବନକୁ ।
ଆସ ସଭିଏଁ ଆମେ ଏଖାଟି ହେବା
ଧରିବା ସ୍ନେହର ଡୋର
ହସି ହସାଇବା ଆମରି ପ୍ରେମକୁ
ଲାଗିବ କେତେ ସୁନ୍ଦର ।
ସଭିଏଁ ପରା ଆମ ଭାଇ, ଭଉଣୀ
ସୁଖେ, ଦୁଃଖେ ଆମେ ବନ୍ଧା
ସଭିଙ୍କ ମୁଖରେ ହସ ଦେଖିଦେଲେ
ଆମକୁ ଲାଗିବ ଶ୍ରଦ୍ଧା ।
ସ୍ନେହ ,ଶ୍ରଦ୍ଧା ,ପ୍ରେମ ପ୍ରଥମ ସମ୍ପତି
ଆଉ ସବୁ ତୁଚ୍ଛା ଭାଇ
କର୍ମ ଭଗବାନ କର୍ମ ହିଁ ଜୀବନ
କର୍ମ ବିନା ଶାନ୍ତି ନାହିଁ ।
ଧନୀକି ଗରିବ ସଭିଏଁ ସମାନ
ସଭିଙ୍କୁ କୋଟି ନମନ
ଗର୍ବ ଅହଂକାର ନରଖି ମନରେ
ଶାନ୍ତିରେ କାଟିବା ଦିନ ।