STORYMIRROR

Sadananda Pratihari

Drama Tragedy

3  

Sadananda Pratihari

Drama Tragedy

ଦୁର୍ଦ୍ଦିନରେ ମହାମାରୀ - ରାଗ ଚୋଖୀ

ଦୁର୍ଦ୍ଦିନରେ ମହାମାରୀ - ରାଗ ଚୋଖୀ

1 min
101


ଦୁର୍ଦ୍ଦିନରେ ମହାମାରୀ କରୋନା ନାମକୁ ଧରି

ନେଲା ଜୀବନ ମାନବ କୂଳ ଅଇରି

ଆସିଲା ଅଦୃଶ୍ୟ ହୋଇ ଭୂତାଣୁ ରୂପ ନେଇ

ଦେଶରୁ ସେ ଦେଶ ଡେଇଁ ଗ୍ରାମକୁ ଯାଇ

ତୁମ ପ୍ରାଣ ନେବି କହିଲା

ପରିବେଶ ପ୍ରଦୂଷିତ କାହିଁକି ହେଲା l

ଚାଇନା ମୋ ଜନ୍ମ ସ୍ଥାନ ସହର ନାମ ଊହାନ

ଲକ୍ଷ୍ୟ ମୋର ନେବି ମାନବ ପ୍ରାଣ

ନାସା ମୁଖ ଦେଇ ଯିବି ଶ୍ୱାସକ୍ରିୟା ରୋକିଦେବି

ନମରି ନିଜେ ଆଗେ ତୁମକୁ ମାରିବି

ଦେଉଛି ଏବେ ମୁଁ ଆହ୍ୱାନ

ନାହିଁ ମୋର କୂଳଧର୍ମ ରୋଗ ନିଦାନ l

ନାସା ମୁଖ ଘୋଡାଇବ ଯତନେ ମୁଖା ପିନ୍ଧିବ

ଜନ ଗହଳି ସ୍ଥାନ କେଭେ ନମାଡ଼ିବ

ଦୁଇ ଗଜ ଅନ୍ତରରେ ରହୁଥିବ ସଦା ଦୂରେ

ଦୁଇ ହାତକୁ ଧୋଇ ସାବୁନ ଫେଣରେ

ରଖ ପରିବେଶ ନିର୍ମଳ

ନୋହିଲେ ଅତି ଶୀଘ୍ର ପୁରିଯିବ କାଳ l

ମୁଁ ତୁମର ଅର୍ଥ ବଳ କରିଦେବି ଦୂରୁବଳ

ସମଗ୍ର ଦେଶରେ ପଡ଼ିଯିବ ଚହଳ

ମୋ ଲାଗି ହେବ ଉଚ୍ଛନ ଦାରିଦ୍ର୍ୟରେ ଉତ୍ପୀଡ଼ନ

ହରାଇ ଚାକିରୀ କରି ପ୍ରତ୍ୟାବର୍ତ୍ତନ

ସରକାର ହୋଇ ସଦୟ

ଦୁର୍ଦ୍ଦିନରେ ବାଣ୍ଟି ଖାଦ୍ୟ ହେବେ ସହାୟ l

ଲକ ଡାଉନ ଘୋଷଣା ତା ସାଥୀରେ କଟକଣା

ସଟ ଡାଉନରେ ମାନସିକ ଯନ୍ତ୍ରଣା

ପରିବାରେ ମତଭେଦ ବଢ଼ିବ ବାଦବିବାଦ

କରୋନା ମୃତ୍ୟୁରେ ବଢ଼ିଯିବ ବିଷାଦ

ଶବକୁ ପାରିବନି ଛୁଇଁ

ଏମିତି ଦୁଃଖ ଜୀବନେ ନାହିଁରେ ନାହିଁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama