STORYMIRROR

Priyaranjan Biswal

Abstract Drama Fantasy

3  

Priyaranjan Biswal

Abstract Drama Fantasy

ତ୍ରିକୋଣୀୟ ପ୍ରେମ

ତ୍ରିକୋଣୀୟ ପ୍ରେମ

1 min
42

ତ୍ରିକୋଣୀୟ ପ୍ରେମ


ଦିନ ଭଲପାଏ

         ସର୍ବଦା ରବିକୁ।

ରବି ଖୋଜୁଥାଏ

          ତା ପଙ୍କଜିନୀକୁ।।


ରାତି ଭଲପାଏ

   ‌‌‌      ଆକାଶେ ଜହ୍ନକୁ।

ଜହ୍ନ ଖୋଜୁଥାଏ

          ତା କୁମୁଦିନୀକୁ।।


ରାଧା ଭଲପାଏ

         ତା ଶ୍ଯାମଘନକୁ।

ଚନ୍ଦ୍ରସେନା ନିତି

         ଖୋଜଇ ରାଧାକୁ।।


କି କହିବା ଏହି

         ଅଜବ ପ୍ରେମକୁ।

ପାଗଳ କରିଛି

         ସେ ଆଜି ସଭିଙ୍କୁ।।


ଗୋଟିଏ ଧରଣୀ

          ତା ଦୁଇ ପ୍ରେମିକ।

ଚନ୍ଦ୍ର ଆଉ ସୂର୍ଯ୍ଯ

          ଢାଳନ୍ତି ଆଲୋକ।।


ସୂର୍ଯ୍ଯମୁଖୀ ଚାହେଁ

           ପାଇବାକୁ ସୂର୍ଯ୍ଯ।

ଭ୍ରମର ଯେ ଆସି

          ସାଜେ ତା ପ୍ରେମିକ।।


ଫୁଲ ଖୋଜୁଥାଏ

          ପ୍ରଭୁଙ୍କ ମସ୍ତକ।

ତୋଳିନିଏ ତାକୁ

          ଆସି କେ ରସିକ।।


ପ୍ରଭୁ ଶିବଙ୍କର

        ଦୁଇ ଜଣ ପତ୍ନି।

ଗଙ୍ଗା ଓ ପାର୍ବତୀ

          ଜଗତ ଜନନୀ।।


ଜଣେ ମୀରା ଏଠି

           ଆଉଜଣେ ରାଧା।

କରିବକି ପ୍ରେମ

         ଶ୍ଯାମ ଅଧା ଅଧା।।


କୁହ ପ୍ରଭୁ ତେବେ

          କିପରି ହୋଇବ

ପ୍ରେମରେ ପ୍ରେମିଙ୍କ

           ମଧୁର ମିଳନ?


ତିନିଜଣ କେବେ

          ପାରିବେକି କାଟି

ପ୍ରେମ ବନ୍ଧନରେ

          ଏକତ୍ର ଜୀବନ?


ତ୍ରିକୋଣୀୟ ପ୍ରେମ

           ତୁମେ ଶିଖାଇଛ।

ଦୁନିଆକୁ ପ୍ରଭୁ

         ହେ ରାଧା ମାଧବ।।


ଏବେ ବାରେ ତୁମେ

            ଦିଅ ହେ ଉତ୍ତର

କିପରି ହୋଇବ

         ଏପ୍ରେମ ସମ୍ଭବ?


ପ୍ରେମ ଅର୍ଥ ତ୍ଯାଗ

           ବୁଝନ୍ତିନି କେହି।

ରହିଛନ୍ତି ମୋହ

         ଫାଶେ ବନ୍ଧା ହୋଇ।।


ମନ ମଧ୍ଯେ ସ୍ୱାର୍ଥ

          ଭାବନାକୁ ରଖି।

ହୋଇଥାନ୍ତି ପ୍ରେମେ

            ସଦା ଥେଇ ଥେଇ।।


ଏପରି ହୋଇଲେ

          ଆସିବ ପ୍ରଳୟ।

ପ୍ରେମ ବିନା ହେବ

          ସୃଷ୍ଟିର ବିଲୟ।।


କୁହ ପ୍ରଭୁ ତୁମେ

          ହୋଇଣ ସଦୟ।

ପବିତ୍ର ପ୍ରେମର

         ରକ୍ଷାର ଉପାୟ।।


କିପରି ସଂସାର

         ହେବ ପ୍ରେମ ମୟ?

ସ୍ୱର୍ଥ,ମୋହ,ହିଂସା

           ନେବଯେ ବିଦାୟ?


ପ୍ରେମରେ ଭରିବ

          ସଭିଙ୍କ ହୃଦୟ?

ଜୀବନ ହସିବ

         ହୋଇଣ ଚିନ୍ମୟ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract