STORYMIRROR

Jagabandhu Sahu

Drama

3  

Jagabandhu Sahu

Drama

ଜୟ ପ୍ରଭୁ ଦାରୁବ୍ରହ୍ମ

ଜୟ ପ୍ରଭୁ ଦାରୁବ୍ରହ୍ମ

1 min
20

ମିଛମାୟାର ଏ' ସଂସାର ଭିତରେ

    ଦୁଃଖ ଭରା ଏ'ଜୀବନ

ନିଜର ବୋଲି ଯେ' ନାହାନ୍ତି କେ ଆମ

     ଜୀବନଟା ହୀନିମାନ

ବାପା ମାଆ ଦୁହେଁ ଛାଡି ଚାଲିଗଲେ

    ଆମକୁ ଏ ରାଜଦାଣ୍ତେ

ଖାଇବାକୁ ନାହିଁ   ପିନ୍ଧିବାକୁ ନାହିଁ

    ଚିରା କନା ମଧ୍ଯ ଖଣ୍ତେ

ପେଟ ଚାଖଣ୍ଡକ  ପାଇଁ ନିତି ବୁଲୁ

    ଏ ଦୁଆର ସେ ଦୁଆର 

ଭିକାରୁଣୀ ବୋଲି  ଏଇ ଦୁନିଆରେ

     ଅଟେ ପରିଚୟ ଆମର

ସାଙ୍ଗରେ ମୋହର  ଭାଇ ଭଉଣୀ

    ସାହା ସେ ଜଗତନାଥ

ତାଙ୍କୁ ସୁମରିଣ  ଏ ଜୀବନ କଟୁ

     ଅନାଥର ସିଏ ନାଥ

ଷାଠିଏ ପଉଠି   ଭୋଗରୁ ତୁମର

     ଦିଅ ମୁଠେ ପ୍ରଭୁ ଅର୍ଣ୍ଣ

ତୁମ ଶ୍ରୀମନ୍ଦିର ସିଂହଦୁଆରେ ବସି

     ଭଜୁଥିବୁ ତୁମ ନାମ

     ଜୟ ପ୍ରଭୁ ଦାରୁବ୍ରହ୍ମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama